Monday, October 5, 2026
21.7 C
Odisha

    ୨୫ ତମ କାର୍‌ଗିଲ ବିଜୟ ଦିବସ ଉପଲକ୍ଷେ ତ୍ରିରଙ୍ଗା ଯାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୭/୦୭: କାରଗିଲ ଯୁଦ୍ଧରେ ବିଜୟ ଲାଭ କରିବା ଭାରତୀୟ ଇତିହାସରେ ଏକ ଅବିସ୍ମରଣୀୟ ଦିନ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ଶତୃପକ୍ଷକୁ ଧରାଶାୟୀ କରି ବିଜୟୀ ହୋଇଥିଲେ । ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ବୀର ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗତକାଲି ଦେଶବ୍ୟାପୀ ୨୫ତମ କାର୍‌ଗିଲ “ବିଜୟ ଦିବସ” ପାଳନ କରାଯାଇଥିବା ବେଳେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି । ୧୦୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକାକୁ ଧରି ୩ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବକ, ଯୁବତୀମାନେ ଭୁବନେଶ୍ୱରସ୍ଥିତ ବଢ଼େଇବାଙ୍କଛକରୁ ମାଷ୍ଟରକ୍ୟାଟିନ୍ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏହି ତ୍ରିରଙ୍ଗା ଯାତ୍ରାରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ଉପସଭାପତି ତଥା ଯୁବମୋର୍ଚ୍ଚାର ପ୍ରଭାରୀ ବିରଂଚି ତ୍ରିପାଠୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତା ଏବଂ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ ।
    ଏହି ଅବସରରେ ଭୁବନେଶ୍ୱର ଲିଙ୍ଗରାଜମନ୍ଦିର ନିକଟସ୍ଥ ବଢ଼େଇବାଙ୍କଠାରେ ଆୟୋଜିତ ସଭାରେ ରାଜ୍ୟ ସଭାପତି ଶ୍ରୀ ସାମଲ ଯୋଗଦେଇ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଭାରତ ବର୍ଷରେ କାର୍‌ଗିଲ ଦିବସ ଓ ତ୍ରିରଙ୍ଗା ଯାତ୍ରା ପାଳନ କରାଯାଇଛି । କାର୍‌ଗିଲ ଯୁଦ୍ଧରେ ସହୀଦ ହୋଇଥିବା ବୀର ସୈନିକମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ସେମାନଙ୍କ ବୀରତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ବିରାଟ ଷଡ଼ଯନ୍ତ୍ର ରଚିଥିବା ପଡ଼ୋଶୀ ପାକିସ୍ତାନକୁ ଏହି ଯୁଦ୍ଧରେ ପରାଜିତ କରି ଦେଶମାତୃକାର ସେବା ପାଇଁ ଭାରତର ବୀର ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଗତକାଲି ରାଜ୍ୟର ୩୬ଟି ସାଙ୍ଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୀର ସହୀଦମାନଙ୍କ ପ୍ରଦର୍ଶନୀ ଓ ଅଖଣ୍ଡ ଦ୍ୱୀପ ପ୍ରଜ୍ୱଳିତ କରାଯାଇଥିବାବେଳେ ଆଜି ତ୍ରିରଙ୍ଗା ଯାତ୍ରା କରାଯାଇଛି । ଜାତୀୟ ପତାକା ହେଉଛି, ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ । ଏହି ପତାକାକୁ ସମ୍ମାନର ସହ ଉଚ୍ଚସ୍ଥାନରେ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ତ୍ରିରଙ୍ଗା ମାଧ୍ୟମରେ ଜାତୀୟବାଦ, ରାଷ୍ଟ୍ରବାଦର ପ୍ରଚାର କରିବା ସହ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ବୋଲି ଶ୍ରୀ ସାମଲ କହିଛନ୍ତି ।
    ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜିର ନୂତନ ଯୁବପିଢ଼ୀ କାର୍‌ଗିଲ ଯୁଦ୍ଧ ସମ୍ପର୍କରେ ଅବଗତ ନାହାନ୍ତି । ସେହି ଇତିହାସ ସହ ଯୁବପିଢ଼ୀକୁ ପରିଚିତ କରାଇବା ସହ ବଳିଦାନ ଦେଇଥିବା ସୈନିକମାନଙ୍କର ପରିବାରକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଯୁବମୋର୍ଚ୍ଚା ପକ୍ଷରୁ “ତ୍ରିରଙ୍ଗା ଶୋଭାଯାତ୍ରା” ଆୟୋଜନ କରାଯାଇଛି । “ଯେଉଁ ଜାତି ନିଜ ଇତିହାସକୁ ଭୁଲିଯାଏ ସେ ଇତିହାସ ହୋଇଯାଏ” । କାର୍‌ଗିଲ ବିଜୟର ୨୫ତମ ପୂର୍ତି ଅବସରରେ ଦେଶର ଯୁବପିଢ଼ୀଙ୍କ ମନରେ ରାଷ୍ଟ୍ରବାଦ ଓ ଦେଶପ୍ରୀତି ଭାବନା ସୃଷ୍ଟି କରିବା ପାଇଁ ତ୍ରିରଙ୍ଗା ଯାତ୍ରା ତଥା ମଶାଲ ଶୋଭାଯାତ୍ରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ।
    ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହୀଦ ସଚ୍ଚିଦାନନ୍ଦ ମଲ୍ଳିକଙ୍କ ଧର୍ମପତ୍ନୀ ନିବେଦିତା ମଲ୍ଲିକ ଓ ସହୀଦ ଗୋପୀନାଥ ମହାରଣାଙ୍କ ଭାଇ ଲକ୍ଷ୍ମଣ ମହାରାଣାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ତ୍ରିରଙ୍ଗା ଶୋଭଯାତ୍ରା ପରେ ଦେବଜ୍ୟୋତି ପାତ୍ରଙ୍କ ନେତୃତ୍ୱରେ ମ୍ୟାଷ୍ଟରକ୍ୟାଂଟିନ୍ ଛକ ନିକଟରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଦ୍ୱାରା ଏକ “ପଥପ୍ରାନ୍ତ ନାଟକ” ପରିବେଷଣ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ