Thursday, April 9, 2026
27.5 C
Odisha

    ଆସନ ବଣ୍ଟା ନେଇ କଂଗ୍ରେସ ସହିତ କଥାବାର୍ତ୍ତା କରିବ ନାହିଁ ଟିଏମସି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ସହ ଆସନ ବାଣ୍ଟିବା ନେଇ କଂଗ୍ରେସ ନିରନ୍ତର ବୈଠକ କରୁଛି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସିଟ୍ ବାଣ୍ଟିବା ନେଇ କଂଗ୍ରେସ ସହିତ ବୈଠକ କରିବ ନାହିଁ। ଆସନ ବଣ୍ଟା ନେଇ କଂଗ୍ରେସ ସହିତ କଥାବାର୍ତ୍ତା କରିବ ନାହିଁ ଟିଏମସି। ଏଭଳି ସ୍ପଷ୍ଟ ସଙ୍କେତ ମିଳିଛି। ଏହା ଇଣ୍ଡିଆ ମେଣ୍ଟକୁ ଅଡ଼ୁଆରେ ପକାଇବ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଟିଏମସି କଂଗ୍ରେସର ଏହି ବୈଠକରେ ଦଳର କୌଣସି ନେତାଙ୍କୁ ପଠାଇବ ନାହିଁ। କାରଣ ଟିଏମସି ବଙ୍ଗଳାର ୪୨ଟି ଲୋକସଭା ଆସନ ମଧ୍ୟରୁ କେବଳ ୨ଟି କଂଗ୍ରେସକୁ ଦେବାକୁ ରାଜି ହୋଇଛି।

    କଂଗ୍ରେସ କହିଛି ଯେ ଏହା ଉପଯୁକ୍ତ ନୁହେଁ, କାରଣ ଏହା ବହୁତ କମ୍ ସଂଖ୍ୟକ ଆସନ। ଏଭଳି ପରିସ୍ଥିତିରେ ଏହାକୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର। ଅପରପକ୍ଷରେ କଂଗ୍ରେସ ବଙ୍ଗଳାର ଅନ୍ୟୁନ ୬ରୁ ୧୦ଟି ଆସନରେ ଦାବି ହେଉଛି।

    ଏନେଇ ଟିଏମସିର ଜଣେ ବରିଷ୍ଠ ନେତା ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ ଗତ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି କଂଗ୍ରେସକୁ ୨ଟି ଆସନ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ୪୨ଟି ମଧ୍ୟରୁ ୩୯ଟି ଆସନରେ କଂଗ୍ରେସ ପାଞ୍ଚ ପ୍ରତିଶତରୁ କମ୍ ଭୋଟ୍ ପାଇଥିଲା। ଏହାଛଡ଼ା ଦଳ ଅନ୍ୟ ରାଜ୍ୟରେ ବି ପ୍ରାର୍ଥୀ ଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ