ଭୁବନେଶ୍ୱର : ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ । ଦେଶରେ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ । ଏହି ଅବସରରେ ଦେଶରେ ପ୍ରାୟ ୬ ହଜାର ୬ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଭୁବନେଶ୍ୱର ଜନତା ମୈଦାନରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ପାଳନ ହେବ ସମାରୋହ । ଭିସିରେ ଯୋଡି ହେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ ପ୍ରାୟ ହଜାର ହଜାର ଲୋକ ସାମିଲ ହେବେ ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏହି ଭବ୍ୟ ସମାରୋହର ଆୟୋଜନ। ଏହି ଅବସରରେ ପ୍ରାୟ ୧୦ ହଜାର ଜନତା ସାମିଲ ହେବେ । କିସ୍ ବିଶ୍ବ ବିଦ୍ୟାଳୟରୁ ଅନେକ ଆଦିବାସୀ ଛାତ୍ରଛାତ୍ରୀ ଯୋଗ ଦେବେ।ଆଦିବାସୀ ପାରମ୍ପରିକ ବାଦ୍ୟ ଓ ସଙ୍ଗୀତରେ ଦୁଲୁକିବ ଜନତା ମଇଦାନ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ଦୁଇଟି ଷ୍ଟେଜ ସହ ଲୋକଙ୍କ ବସିବା ପାଇଁ ସୁବିଧା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯାଇଛି । ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।