Saturday, October 10, 2026
30.1 C
Odisha

    ଜଳିଗଲା ଟୟୋଟାର ସର୍ଭିସ୍ ସେଣ୍ଟର

    ଆଗକୁ ପଢନ୍ତୁ

    ଗଞ୍ଜାମ  : ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଅଟୋ ନଗରରେ ଥିବା ଟୟୋଟାର ସର୍ଭିସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ଏହି ଘଟଣାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦାମୀ କାର୍ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ୮ଟି ସେକ୍ସନର ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ପାରିଥିଲା । ଉଦ୍ଧାରକାର୍ଯ୍ୟରେ  ଅଗ୍ନିଶମ ବିଭାଗର ଅତ୍ୟାଧୁନିକ ରୋବଟ୍ କୃଷ୍ଣକୁ ନିୟୋଜିତ କରାଯାଇଥିଲା ।

    ଖବର ଲେଖାହେଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନଥିଲା । ଫାୟାର ସେଫ୍ଟି ନଥିବା ନେଇ ବିଭାଗକୁ ଜଣାଇବା ପରେ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ