Sunday, October 4, 2026
24.3 C
Odisha

    ଜୀବନକୁ ବାଜି ଲଗାଇ ରେଳ ଦୁର୍ଘଟଣା ଏଡ଼ାଇଲେ ଟ୍ରାକମ୍ୟାନ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ଭାରତୀୟ ରେଳବାଇ ଅନ୍ତର୍ଗତ କୋଙ୍କଣ ରେଳଜୋନର ଜଣେ ଟ୍ରାକମ୍ୟାନଙ୍କ ସମୟୋଚିତ ପଦକ୍ଷେପ ଫଳରେ ଏକ ବଡ଼ ଧରଣର ରେଲ ଦୁର୍ଘଟଣାକୁ ଏଡ଼ାଇଦିଆଯାଇଛି । ଏହା ସହିତ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।

    ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲା କୋଙ୍କଣ ରେଳପଥର କୁମ୍ଟା ଓ ହୋନାୱାର ରେଳ ଲାଇନ ମଧ୍ୟରେ ଘଟିଥିଲା। କୋଙ୍କଣ ରେଳଜୋନର ଉକ୍ତ ଟ୍ରାକମ୍ୟାନ ମହାଦେବ ଭୋର ୪ଟା ୫୦ରେ ଡ୍ୟୁଟି କରୁଥିଲେ ଓ ସେ ସ୍ବାଭାବିକଭାବେ ଟ୍ରାକଗୁଡ଼ିକର ଯାଞ୍ଚ କରୁଥିଲେ। ଯେତେବେଳେ ଲୋକମାନେ ଗଭୀର ନିଦରେ ଥାଆନ୍ତି, ସେହି ସମୟରେ ଟ୍ରାକମ୍ୟାନ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିଚାଲିଥିଲେ ଏବଂ ଦେଖିଲେ ଯେ ଟ୍ରାକ୍ ର ଜଏଣ୍ଟରେ ଥିବା ଏକ ୱେଲ୍ଡିଂ ଅସମ୍ପୂର୍ଣ୍ଣ ରହିଛି । ଏହା ଦେଖି ତାଙ୍କ ହୋସ ଉଡ଼ି ଯାଇଥିଲା।

    ଟ୍ରେନକୁ ଅଟକାଇବା ପାଇଁ ସମସ୍ତ ପ୍ରୟାସ ବିଫଳ ହେବାରୁ ଟ୍ରାକମ୍ୟାନ ସେହି ଦିଗରୁ ରାଜଧାନୀ ଏକ୍ସପ୍ରେସ ଆସୁଥିବା ଦିଗରେ ଦୌଡ଼ିଥିଲେ। ପାଖାପାଖି ୫୦୦ ମିଟର ଦୌଡ଼ିବା ପରେ ସେ ଟ୍ରେନକୁ ଅଟକାଇବାରେ ସଫଳ ହୋଇଥିଲେ।
    ଏହି ସମୟରେ ଦିଲ୍ଲୀରୁ ଥିରୁଅନନ୍ତପୁରମ ଅଭିମୁଖେ ଯାଉଥିବା ରାଜଧାନୀ ସୁପରଫାଷ୍ଟ ଟ୍ରେନ୍ ସେହି ଆଡ଼କୁ ତୋଫାନ ବେଗରେ ଆସୁଥିଲା। ସେ ସଙ୍ଗେ ସଙ୍ଗେ କୁମଟା ରେଳ ଷ୍ଟେସନସହ ଯୋଗାଯୋଗ କରି ଟ୍ରେନ୍ ଅଟକାଇବାକୁ କହିଥିଲେ। ତେବେ ସେତେବେଳକୁ ରାଜଧାନୀ ଏକ୍ସପ୍ରେସ କୁମଟା ରେଳ ଷ୍ଟେସନ ଅତିକ୍ରମ କରିସାରିଥିଲା । ମହାଦେବ ସାହସ ହରାଇନଥିଲେ। ସେ ସିଧାସଳଖ ରାଜଧାନୀ ଟ୍ରେନର ଲୋକୋ ପାଇଲଟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଏଥିରେ ବିଫଳ ହୋଇଥିଲେ।

    ଟ୍ରେନକୁ ଅଟକାଇବା ପାଇଁ ସମସ୍ତ ପ୍ରୟାସ ବିଫଳ ହେବାରୁ ଟ୍ରାକମ୍ୟାନ ସେହି ଦିଗରୁ ରାଜଧାନୀ ଏକ୍ସପ୍ରେସ ଆସୁଥିବା ଦିଗରେ ଦୌଡ଼ିଥିଲେ। ପାଖାପାଖି ୫୦୦ ମିଟର ଦୌଡ଼ିବା ପରେ ସେ ଟ୍ରେନକୁ ଅଟକାଇବାରେ ସଫଳ ହୋଇଥିଲେ। ଟ୍ରାକ୍ ମରାମତି ପରେ ଟ୍ରେନ ତିରୁଅନନ୍ତପୁରମ୍ ଯାଇଥିଲା। ଏଭଳି ଭାବେ ସେ ନିଜ ଜୀବନକୁ ବାଜି ଲଗାଇ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ