Friday, October 2, 2026
25.2 C
Odisha

    ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ନେଇ ପୁଲିସ କମିସନର ସଂଜୀବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମାରୋହ ପାଇଁ ମୋଟ ୬୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସମସ୍ତ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି।ପୁଲିସ କମିସନର  ଆହୁରି କହିଛନ୍ତି, ଆଇଜି ପ୍ରବୀଣ କୁମାର ଜନତା ମଇଦାନ ସୁରକ୍ଷା ଦାୟିତ୍ବରେ ରହିବେ। ଏଣେ ଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନବନ୍ଦରର ତଦାରଖ କରିବେ। ତେଣେ, ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ବରେ ଅଛନ୍ତି। ଶପଥ ସମାରୋହ ପାଇଁ ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ। ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍‌ଆଇ/ଏଏସ୍‌ଆଇ ରହିବେ। ଏହାଛଡ଼ା ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଦିନ ୨ରୁ ସଂଧ୍ୟା ୭ଟା କିମ୍ବା ଶପଥ ସମାରୋହ ସରିବା ଯାଏଁ ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜଣେ ଆଇଜି, ତିନି ଜଣ ଡିଆଇଜି, ଏସପି, ଡିସିପି ଏବଂ ୧୮ ଜଣ କମାଣ୍ଡଣ୍ଡେଣ୍ଟ୍ ସୁରକ୍ଷା ବ୍ୟବସ୍ଥାରେ ଅଛନ୍ତି। ଏହାଛଡ଼ା ୫୮ ଡିଏସପି ଓ ୯୪ ଜଣ ଇନ୍ସପେକ୍ଟର ବି ଦାୟିତ୍ବରେ ରହିବେ। ୩୧୨ ଏସ ଆଇ, ଏ ଏସ୍ ଆଇ, ୨୫୮ ଜଣ ହାବିଲଦାର, ୯୪ ଜଣ ଏପିଆର୍ କନେଷ୍ଟବଳ ବି ନିୟୋଜିତ ହେବେ। ମୋଟ ୫୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୧୧୧ ଜଣ ମହିଳା କନେଷ୍ଟବଳ ଓ ୯୪ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ