Saturday, October 3, 2026
24.7 C
Odisha

    ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ଯାତ୍ରୀଙ୍କ ମୃତ୍ୟୁ, ଆହତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ରାଉରକେଲା: ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଫଳରେ ଘଟଣାସ୍ଥଳରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧିପାଇଥିବା ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ୩ଟି ଟ୍ରେନ୍ ବାତିଲ କରାଯାଇଛି।

    ହାୱଡା – ମୁମ୍ବାଇ ଏକ୍ସପ୍ରେସ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଅଘଟଣ ଫଳରେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
    ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪, ଚକ୍ରଧରପୁର-୦୬୫୮୭୨୩୮୦୭୨, ରାଉରକେଲା – ୦୬୬୧୨୫୦୧୦୭୨, ହାୱଡା – ୯୪୩୩୩୫୭୯୨୦ ଓ ରାଞ୍ଚି- ୦୬୫୧୨୭୮୭୧୧୫।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ