Sunday, September 27, 2026
23.6 C
Odisha

    ପୁଣି ରେଳ ଦୁର୍ଘଟଣା, ଗୁଜରାଟରେ ଲାଇନଚ୍ୟୁତ ହେଲା ମାଲଗାଡ଼ି

    ଆଗକୁ ପଢନ୍ତୁ

    ସୁରଟ: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ଗୁଜରାଟରେ ଏକ ରେଳ ଦୁର୍ଘଟଣା ଘଟିଛି। ଗୁଜରାଟର ସୁରଟ ଓ ଭାଲସାଡ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଭାଲସାଡର ଡୁଙ୍ଗରୀ ନିକଟରେ ଏକ ମାଲବାହୀ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଏହି ରୁଟର ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।

    ଦୁର୍ଘଟଣା ସମ୍ପର୍କରେ ରେଳ ବିଭାଗକୁ ଖବର ମିଳିବା ମାତ୍ରେ ମୁମ୍ବାଇ-ଅହମ୍ମଦାବାଦ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ ସଫା କରିବା କାମ ଆରମ୍ଭ କରିଥିଲେ। ପଶ୍ଚିମ ରେଳବାଇର ଜଣେ ଅଧିକାରୀ କହିଛନ୍ତି ଯେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା କାରଣରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଏହାପରେ ଏହାକୁ ସଂଶୋଧନ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

    ଗତକାଲି  ଉତ୍ତରପ୍ରଦେଶର ଗୋଣ୍ଡା ଷ୍ଟେସନ ନିକଟରେ ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୧୪ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ