Saturday, July 27, 2024
24.5 C
Odisha

    ରହସ୍ୟମୟୀ ଗଛ: ଛୁଇଁଦେଲେ ମୃତ୍ୟୁ ହୋଇଯାଏ

    ଆଗକୁ ପଢନ୍ତୁ

    ଆଜିର ସମୟରେ ବିଜ୍ଞାନ ବହୁ ଅଗ୍ରଗତି କରିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଲୋକମାନେ ଭୂତପ୍ରେତ ଉପରେ ବିଶ୍ୱାସ କରୁଥିବା ଦେଖାଯାଏ । ତେବେ ଓଡ଼ିଶାରେ ଏଭଳି ଏକ ରହସ୍ୟମୟୀ ଗଛ ରହିଛି । ସେହି ଗଛକୁ ଥରେ ଛୁଇଁଦେଲେ ମୃତ୍ୟୁ ଘଟିଥାଏ ବୋଲି ଲୋକମାନେ କହୁଛନ୍ତି । ସେହି ଗଛରେ ଆତ୍ମା ରହୁଥିବା ନେଇ ଅନେକ କୁହନ୍ତି ।

    ରାଜ୍ୟର ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳଯୋଡ଼ି ଗ୍ରାମରେ ଏପରି ଏକ ରହସ୍ୟମୟୀ ଗଛ ରହିଛି । ସେହି ଗଛରେ ଜଣେ ଝିଅର ଆତ୍ମା ରହୁଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି । କିଛି ଲୋକ ରାତିରେ ଯିବା ସମୟରେ ଗଛରେ ଏକ ଭୁତ ଝୁଲୁଥିବାର ସେମାନେ ଦେଖିଥିବା କହିଥିଲେ । ପରବର୍ତ୍ତୀ ସମୟରେ ଲୋକମାନେ ରାତି ଓ ସନ୍ଧ୍ୟା ସମୟରେ ସେହି ଗଛ ଆଖପାଖ ମାଡ଼ିନଥିଲେ । ସେହି ଗଛକୁ ଥରେ ଛୁଇଁବାର ୩-୪ ଦିନ ମଧ୍ୟରେ ମୃତ୍ୟୁ ହେଉଥିବାର ଲୋକମାନେ କହିଛନ୍ତି ।

    ସେହି ଗଛକୁ ଛୁଇଁବା ପରେ ଲୋକମାନଙ୍କର ଜୀବନ ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ ଏହି ଆତ୍ମା ଗୋଟିଏ ଝିଅର ଶରୀରରେ ପ୍ରବେଶ କରି ୨୧ ଜଣଙ୍କ ଜୀବନ ନନେବା ପର୍ଯ୍ୟନ୍ତ ସେହି ଗଛରେ ରହିଥାଏ ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି । ଆତ୍ମ ଦ୍ୱାରା ପାଖାପାଖି ୭-୮ ଜଣଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି । ଆତ୍ମା ଭୟରେ ଲୋକମାନେ ଗଛଠାରୁ ୧୦ କିଲୋମିଟର ଆଖାପାଖରେ ନରହି ଦୂରସ୍ଥାନକୁ ଚାଲିଯାଇଥିବାର ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ