Sunday, January 19, 2025
16.7 C
Odisha

    ମିସ୍ ଟିନ୍ ୟୁନିଭର୍ସ-୨୦୨୪ ଟାଇଟଲ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ମିସ୍ ଟିନ୍ ୟୁନିଭର୍ସ-୨୦୨୪ ଟାଇଟଲ ହାତେଇବା ପରେ ଓଡ଼ିଶା ଫେରିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ । ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ଅନୁଷ୍ଠିତ ମିସ୍‍ ଟିନ୍‍ ୟୁନିଭର୍ସ-୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ ସମଗ୍ର ବିଶ୍ୱର ସୁନ୍ଦରୀଙ୍କୁ ପଛରେ ପକାଇ ତ୍ରିଷ୍ଣା ବିଜେତା ହୋଇଛନ୍ତି । ଏହି ସଫଳତା ହାସଲ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତ୍ରିଷ୍ଣାଙ୍କ ସଫଳତା ପାଇଁ ମହାମହିମ ରାଜ୍ୟପାଳ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

    ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପରିବାର ଏବଂ କିଟ ବିଶ୍ୱବିଦ୍ୟାୟଳର ଛାତ୍ରଛାତ୍ରୀ ତ୍ରିଷ୍ଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ନଭେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

    ଏଥିରେ ସାରା ବିଶ୍ୱରୁ ପ୍ରତିଯୋଗୀ ଭାଗ ନେଇଥିଲେ । ପେରୁ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, କେନିଆ, ପର୍ତ୍ତୁଗାଲ ଏବଂ ନେଦରଲ୍ୟାଣ୍ଡର ସୁନ୍ଦରୀମାନଙ୍କୁ ପଛରେ ପକାଇ ୧୯ ବର୍ଷୀୟା ତ୍ରିଷ୍ଣା ଏହି ଟାଇଟଲ୍ ଜିତିଛନ୍ତି । ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଅନେକ ଦିନରୁ ପ୍ରୟାସ କରିଆସୁଥିଲେ । ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍‍ ରିପବ୍ଲିକରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ । ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ସେ ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.7 ° C
    16.7 °
    16.7 °
    35 %
    1.8kmh
    1 %
    Sun
    17 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ