Monday, September 7, 2026
24.2 C
Odisha

    ଇରାନକୁ ବଡ଼ ଝଟକା, IRGC ମୁଖ୍ୟ ମାଜିଦ୍ ଖାଦେମି ନିହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇରାନର ଗୁପ୍ତଚର ମୁଖ୍ୟ ମାଜିଦ୍ ଖାଦେମି ନିହତ । ଇରାନର ସରକାରୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ, ମେଜର ଜେନେରାଲ ସୟଦ ମାଜିଦ୍ ଖାଦେମି ଏକ ଆକ୍ରମଣରେ ନିହତ ହୋଇଛନ୍ତି । ଇରାନ ପକ୍ଷରୁ ଏହାକୁ ଆମେରିକା ଏବଂ ଇସ୍ରାଏଲର ଏକ “ଅପରାଧିକ ଆତଙ୍କବାଦୀ ଆକ୍ରମଣ” ବୋଲି କୁହାଯାଇଛି ।

    ମାଜିଦ୍ ଖାଦେମି ଇରାନର ସୁରକ୍ଷା ବ୍ୟବସ୍ଥାର ଜଣେ ଅତି ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀ ଥିଲେ । ୨୦୨୫ ଜୁନ୍ ମାସରେ, ଯେତେବେଳେ ଇରାନର ସାମରିକ ବିଭାଗରେ ଅନେକ ବଡ଼ ପରିବର୍ତ୍ତନ ଚାଲିଥିଲା, ସେତେବେଳେ ତାଙ୍କୁ IRGC ଗୁପ୍ତଚର ସଂସ୍ଥାର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଏହା ସହିତ ସେ ‘IRGC ଇଣ୍ଟେଲିଜେନ୍ସ ପ୍ରୋଟେକ୍ସନ ଅର୍ଗାନାଇଜେସନ’ର ମଧ୍ୟ ଦାୟିତ୍ୱ ତୁଲାଉଥିଲେ ।

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ସୋସିଆଲ ମିଡିଆରେ ଦାବି କରିଥିଲେ କି, ତେହରାନରେ ଅନେକ ଶୀର୍ଷ ସୈନ୍ୟ ନେତାଙ୍କୁ ହତ୍ୟା କରାଯାଇଛି । ଏହି ପୋଷ୍ଟ ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଷ୍ଟ୍ରେଟ୍ ଅଫ ହର୍ମୁଜ ଯଦି ପୁଣି ଖୋଲାନ ଯାଏ, ତେବେ ପାୱର ପ୍ଲାଣ୍ଟ ଏବଂ ପୋଲକୁ ନଷ୍ଟ କରାଯିବ ।

    ତେବେ ଟ୍ରମ୍ପଙ୍କ ଧମକ ପରେ ଇରାନୀ ସଂସଦ ସ୍ପିକର ମହମ୍ମଦ ବାକର ଗଲିବଫ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଟ୍ରମ୍ପଙ୍କ ଏଭଳି ଦାୟିତ୍ବହୀନତା ଯୋଗୁଁ ଦେଶ ନର୍କରେ ପରିଣତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1.6kmh
    41 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ