Sunday, October 4, 2026
24.3 C
Odisha

    ମୋଦୀ ଜଣେ ଭଲ ମଣିଷ, ମୋ ବନ୍ଧୁ: ଟ୍ରମ୍ପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ପ୍ରାକାହାର ଜୋରସୋରରେ ଚାଲିଛି | ତେବେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ‘ଭଲ ବ୍ୟକ୍ତି ଓ ତାଙ୍କର ବନ୍ଧୁ ବୋଲି କହିଥିଲେ | ଫ୍ଲାଗ୍ରାଣ୍ଟ ପୋଡକାଷ୍ଟ ସମୟରେ ଟ୍ରମ୍ପଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଓ ଏହାର ପ୍ରତିକ୍ରିୟାରେ ସେ କହିଛନ୍ତି, “ମୋଦୀ, ଭାରତ। ସେ ମୋର ବନ୍ଧୁ | ସେ ହେଉଛନ୍ତି ସବୁଠାରୁ ଭଲ ମଣିଷ। ” ପୋଡକାଷ୍ଟ ସମୟରେ ଟ୍ରମ୍ପ ଟେକ୍ସାସରେ ସେପ୍ଟେମ୍ବର ୨୦୧୯ରେ ଆୟୋଜିତ ହୋଇଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ମନେ ପକାଇଥିଲେ, ଯେତେବେଳେ ମୋଦୀ ହ୍ୟୁଷ୍ଟନ ସହରର ଏନଆରଜି ଷ୍ଟାଡିୟମରେ ଭାରତୀୟ-ଆମେରିକୀୟମାନଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ।

    ସେ କହିଛନ୍ତି, ଟେକ୍ସାସର ହ୍ୟୁଷ୍ଟନରେ ‘ପ୍ରଧାନମନ୍ତ୍ରୀ’ ହାଓଡି ମୋଦୀ ‘ଇଭେଣ୍ଟ କରିଥିଲେ | ମୁଁ ଏବଂ ମୋଦୀ ସେଠାରେ ଥିଲୁ ଏବଂ ଏହା ବହୁତ ସୁନ୍ଦର ଥିଲା। ‘ଏହା ପ୍ରାୟ ୮୦ ହଜାର ଲୋକଙ୍କ ସମାବେଶ ଥିଲା’ ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି।

    ଏହାପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ, ସେପ୍ଟେମ୍ବର ୧୭ରେ, ମିଚିଗାନର ଫ୍ଲିଣ୍ଟରେ ଥିବା ଟାଉନ ହଲରେ ଟ୍ରମ୍ପ କହିଥିଲେ ଯେ ମୋଦୀ ଆସନ୍ତା ସପ୍ତାହରେ ଆମେରିକା ଆସିବେ ଏବଂ ତାଙ୍କୁ ଭେଟିବେ। ସେ ଜଣେ ଚମତ୍କାର ବ୍ୟକ୍ତି। ” ଆମେରିକାର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବା ସମୟରେ ଡୋନାଲ୍ଡ ଟ୍ରମ୍ପ ଗୁଜୁରାଟର ଅହମ୍ମଦାବାଦରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପାଇଁ ଭାରତ ଗସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଲୋକ ଭାଗ ନେଇଥିଲେ। ଦେଶ ବାହାରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହା ଥିଲା ସବୁଠାରୁ ବଡ କାର୍ଯ୍ୟକ୍ରମ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ