Wednesday, September 30, 2026
23.3 C
Odisha

    ବାଇକ୍-ପିକ୍‌ଅପ୍ ଜଳି ଦୁଇ ମୃତ, ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲା ନାବାଳକ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଆଜି ୨ଟି ଦୁର୍ଘଟଣା ଘଟିଛି। ପ୍ରଥମ ଦୁର୍ଘଟଣାରେ ପିକ୍‌ଅପ୍‌ ଓ ବାଇକ୍‌ ଜଳି ଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଏକ ଦୁର୍ଘଟଣାରେ ଟ୍ରାକ୍ଟର ତଳେ ନାବାଳକ ଚାପି ହୋଇ ଜୀବନ ହରାଇଛି। ସୂଚନା ଅନୁସାରେ ଟାଉନ୍‌ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟଓ୍ବାଡା ୨୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଅତିରିକ୍ତ ପରିବହନ କାର୍ଯ୍ୟାଳୟ ତଥା ବିର୍ସା ମୁଣ୍ଡା ପାର୍କ ଛକରେ ଆଜି ସଂନ୍ଧ୍ୟା ସମୟରେ ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ରାଇରଙ୍ଗପୁରରୁ ତିରିଂ ଆଡକୁ ଯାଉଥିବା ଏକ ବାଇକ୍ ସାମ୍ନା ପଟୁ ଆସୁଥିବା ପିକ୍‌ଅପ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଓ ପିକଅପ୍ ଭ୍ୟାନ୍‌ ଜଳିଯାଇଛି।
    ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇଜଣ ହେଲେ ତିରିଂ ଥାନା ଅନ୍ତର୍ଗତ ଜେରାଇ ଗ୍ରାମର ସାମୁ ମୁର୍ମୁଙ୍କ ପୁଅ ଆକାଶ ମୁର୍ମୁ (୧୬) ଏବଂ ଖେଲାରାମ୍ ସୋରେନଙ୍କ ପୁଅ ବିଶ୍ୱନାଥ ସୋରେନ (୨୮)। ରାଇରଙ୍ଗପୁର ଟାଉନ ଥାନାଅଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି । ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସୂଚନାଯୋଗ୍ୟ ରାଞ୍ଚି-ଵିଜୟଓ୍ବାଡା ୨୨୦ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଏଭଳି ଛୋଟ ବଡ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି।
    ସୂଚନା ଅନୁସାରେ ବହଳଦା ଥାନା ଅର୍ନ୍ତଗତ କଚଣ୍ଡା ଗ୍ରାମର ମନୋରଂଜନ ମହାନ୍ତଙ୍କ ପୁଅ ଆକାଶ ମହାନ୍ତ(୧୪) ଓ ଟ୍ରାକ୍ଟର ଚାଳକ ଆଜି ଭୋର୍ ୪ଟା ସମୟରେ ଗମ୍ଭାରିଆ ନିକଟସ୍ଥ ଗୁଡିଆ ନଦୀରୁ ବାଲି ନେଇ ଅଁଳାଯୋଡିସ୍ଥିତ ତାଙ୍କ ପିଉସୀ ଘରକୁ ଯାଉଥିବା ସମୟରେ କୁହୁଡି ଯୋଗୁଁ ରାସ୍ତା ସ୍ଫଷ୍ଟ ଦେଖାଯାଉନଥିଲା। ଫଳରେ ଏକ ପୋଲକୁ ଧକ୍କା ଦେଇ ଟ୍ରାକ୍ଟରଟି ପୋଲ ତଳେ ଓଲଟି ପଡ଼ିଥିଲା। ଆକାଶ ଟ୍ରାକ୍ଟର ଇଂଜିନରେ ଚାପି ହୋଇଯାଇଥିଲା। ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟରେ ଭର୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରୁଥିଲେ। ବହଳଦା ଥାନା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ଟ୍ରାକ୍ଟର (ଓଆର୍‌-୧୧ଜେ-୪୨୯୦)କୁ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    83 %
    1.3kmh
    7 %
    Tue
    23 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ