Sunday, October 4, 2026
24.3 C
Odisha

    କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ କୃଷି କ୍ଷେତ୍ର ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ତର୍ଭୁକ୍ତ ।
    ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କ୍ୟାବିନେଟ୍ ବୈଠକରେ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ସହ ସେମାନଙ୍କ ଆୟ ବୃଦ୍ଧି ପାଇଁ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମଟି ହେଉଛି ଡିଜିଟାଲ କୃଷି ମିଶନ । କୃଷି ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭଳି ଏହାର ବିକାଶ କରାଯାଉଛି। କିଛି ଭଲ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି ଏବଂ ଆମେ ସଫଳତା ପାଇଛୁ । ଏହାକୁ ଆଧାର କରି ମୋଟ ୨,୮୧୭ କୋଟି ଟଙ୍କା ବିନିଯୋଗରେ ଡିଜିଟାଲ କୃଷି ମିଶନ ପ୍ରତିଷ୍ଠା କରାଯିବ।”
    କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଦ୍ୱିତୀୟ ନିଷ୍ପତ୍ତି ଖାଦ୍ୟ ଓ ପୋଷଣ ନିରାପତ୍ତା ସହ ଜଡ଼ିତ। ୨୦୪୭ ପାଇଁ ଜଳବାୟୁ ସହନଶୀଳ ଫସଲ ବିଜ୍ଞାନ ଏବଂ ଖାଦ୍ୟ ନିରାପତ୍ତା ଏବଂ ପୋଷଣ ନିରାପତ୍ତା ପାଇଁ ଆମେ ଆମର କୃଷକ, ଆମ ର କୃଷି ସମୁଦାୟକୁ କିପରି ପ୍ରସ୍ତୁତ କରିପାରିବା । ଏହାକୁ ଦୃଷ୍ଟିରେ ରଖି ୩୯୭୯ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ୬ଟି ସ୍ତମ୍ଭ ସ୍ଥାପନ କରାଯାଇଛି। ”
    ସେହିପରି ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କଣାସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ। ଏହି ୟୁନିଟ୍ର କ୍ଷମତା ଦୈନିକ ୬୦ ଲକ୍ଷ ଚିପ୍ସ ରହିବ। ୩୦୯ କିଲୋମିଟର ଲମ୍ବର ନୂଆ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ । ଦୁଇ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମୁମ୍ବାଇ ଏବଂ ଇନ୍ଦୋର ମଧ୍ୟରେ ସର୍ବନିମ୍ନ ରେଳ ସଂଯୋଗ ପ୍ରଦାନ କରିବାକୁ ଏହି ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ