Tuesday, August 4, 2026
25.3 C
Odisha

    ନାଗରିକଙ୍କ ସେବା କରିବା ଆମ ସମସ୍ତଙ୍କର ସଂକଳ୍ପ ହେଉ: କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ସରକାରୀ ସୁବିଧା ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରିବା। ବିଜେପିର ପ୍ରତିଷ୍ଠା ଦିବସରେ ସମ୍ବଲପୁର ଜିଲ୍ଲାକୁ ଗସ୍ତକାଳରେ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗୀ ହେବା। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ନାଗରିକଙ୍କ ସେବା କରିବା ଆମ ସମସ୍ତଙ୍କର ସଂକଳ୍ପ ହେଉ। ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଓଡ଼ିଶାରେ ବିଜେପି ସରକାରକୁ ଆସିଛି।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ସମ୍ବଲପୁର ସମେତ ସମଗ୍ର ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଓଡ଼ିଶା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ସୁଭଦ୍ରା ଯୋଜନାରେ ମାଆ- ଭଉଣୀମାନଙ୍କୁ ସଶକ୍ତ କରିବା, ମଧ୍ୟାହ୍ନ ଭୋଜନ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଆଦି ଲୋକଙ୍କ ସରକାରର ପ୍ରତିଫଳନ।

    ସମ୍ବଲପୁର ଜିଲ୍ଲା ରେଢାଖୋଲ ସାହସପୁର ଠାରେ ବିଜେପିର ସ୍ଥାପନା ଦିବସରେ ଯୋଗଦେବା ସହ ଏହି ଅବସରରେ ସାହସପୁର ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ ଏବଂ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟମାନେ ବିଜେପିରେ ଯୋଗ ଦେଇଥିଲେ। ଆଜିର ଦିନ ଆମର କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ, ପରିଶ୍ରମ, ଓ ତପସ୍ୟାକୁ କୃତଜ୍ଞତା ଜଣାଇବାର ଅବସର। ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ର ସର୍ବୋପରି ଓ ସଂଗଠନର ସେବାକୁ ଜୀବନର ଉଦ୍ଦେଶ୍ୟ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ମୋର ପ୍ରଣାମ ଜଣାଉଛି`ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ଦୃଢୀଭୂତ ହୋଇଛି। ବିଜେପିକୁ ଆଶୀର୍ବାଦ କରିଥିବା ଜନସାଧାରଣଙ୍କ ପାଖରେ ମୁଁ କୃତଜ୍ଞ ବୋଲି ଶ୍ରୀ ପ୍ରଧାନ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    88 %
    1.2kmh
    95 %
    Tue
    32 °
    Wed
    30 °
    Thu
    27 °
    Fri
    27 °
    Sat
    30 °

    ସମ୍ବନ୍ଧିତ