Thursday, October 1, 2026
22.7 C
Odisha

    ରାହୁଲ ଗାନ୍ଧି ଦେଶର ନଂ୧ ଆତଙ୍କବାଦୀ : କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ

    ଆଗକୁ ପଢନ୍ତୁ

    ଭାଗଲପୁର: ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ। ସେ ରାହୁଲ ଗାନ୍ଧିଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି। ରାହୁଲ ଗାନ୍ଧି ଭାରତୀୟ ନୁହଁନ୍ତି । ଏଥିସହିତ ସେ ରାହୁଲଙ୍କୁ ଅଭିଯୋଗ କରିଛନ୍ତି ଯେ ସେ ଗରିବଙ୍କ ଘରେ ଫଟୋ ଉଠାଇବା ପାଇଁ ପହଂଚିଥାନ୍ତି । ଭାଗଲପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଟ୍ଟୁ ଏହା କହିଛନ୍ତି।

    ସେ କହିଛନ୍ତି ଯେ ରାହୁଲ ଗାନ୍ଧି ସବୁବେଳେ ବିଦେଶ ଯାଇ ଦେଶ ବିଷୟରେ ଭୁଲ କଥା କହୁଛନ୍ତି। ସେମାନଙ୍କର ବ୍ୟବହାରିକ ବୁଝାମଣା ନାହିଁ। ଆଜି ପର୍ଯ୍ୟନ୍ତ ସେମାନେ ଶ୍ରମିକ ଓ ମୋଚିଙ୍କ ଯନ୍ତ୍ରଣା ଜାଣିପାରୁନାହାନ୍ତି। ଅଧାରୁ ଅଧିକ ବୟସ ବିତିଗଲାଣି। ସେ ବୁଝନ୍ତି ନାହିଁ ଯେ ଏହା ସେମାନଙ୍କୁ ଉପହାସ କରୁଛି।

    ଆମେରିକାରେ ଶିଖମାନଙ୍କୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନ ସମ୍ପର୍କରେ ବିଟ୍ଟୁ କହିଛନ୍ତି, ଏପରି ବୟାନ ଦେଇ ଶିଖମାନଙ୍କୁ ବିଭାଜନ କରିବାକୁ ଚେଷ୍ଟା କରିଛନ୍ତି। ବିଚ୍ଛିନ୍ନତାବାଦୀ ଶକ୍ତିମାନେ ରାହୁଲ ଗାନ୍ଧୀଙ୍କ ବୟାନକୁ ପ୍ରଶଂସା କରିଛନ୍ତି।
    ଆମେରିକାରେ ଶିଖମାନଙ୍କୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନ ସମ୍ପର୍କରେ ବିଟ୍ଟୁ କହିଛନ୍ତି, ନିକଟରେ ସେ ନିଜ ବୟାନ ଦେଇ ଶିଖମାନଙ୍କୁ ବିଭାଜନ କରିବାକୁ ଚେଷ୍ଟା କରିଛନ୍ତି। ବିଚ୍ଛିନ୍ନତାବାଦୀ ଶକ୍ତିମାନେ ରାହୁଲ ଗାନ୍ଧୀଙ୍କ ବୟାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆଜିର ଯୁଗରେ ଦେଶର ଏକ ନମ୍ବର ଆତଙ୍କବାଦୀ ହେଉଛନ୍ତି ରାହୁଲ ଗାନ୍ଧି, ସେ ହେଉଛନ୍ତି ଦେଶର ଏକ ନମ୍ବର ଶତ୍ରୁ। ‘

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ