Sunday, October 4, 2026
21.8 C
Odisha

    ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    କଟକ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଆଜି ସକାଳେ ପହଞ୍ଚି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶନିବାର ରାତିରେ ଧବଳେଶ୍ୱରରେ ପହଞ୍ଚିିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ। ଆଜି ସକାଳ ୮ଟା ବେଳେ ଅଶ୍ୱିନୀ ବୈଷ୍ଣବ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ରେଳମନ୍ତ୍ରୀଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଏହାପରେ ସେ କଟକ ଜିଲ୍ଲାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଠଗଡ଼ରେ ବିଜେପି କୋର କମିଟି ବୈଠକରେ ଯୋଗ ଦେବେ। ଏଠାରେ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ। ଅନ୍ୟପଟେ ବଡ଼ମ୍ବାରେ ପହଞ୍ଚି ଭଟ୍ଟାରିକା ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ବି ରହିଛି। ପରେ ସେ ଚମ୍ପେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ