Friday, March 13, 2026
37.6 C
Odisha

    ରାଜ୍ୟସଭା ନିର୍ବାଚନ: ଉତ୍ତରପ୍ରଦେଶରେ ବିଜେପିର ୮, ସପାର ୨ ପ୍ରାର୍ଥୀ ବିଜୟୀ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ଆସନ ପାଇଁ ମଙ୍ଗଳବାର ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ମଧ୍ୟରୁ ଉତ୍ତରପ୍ରଦେଶର ୧୦ଟି ଆସନ ଅନ୍ତର୍ଭୁକ୍ତ । ଏହି ୧୦ଟି ମଧ୍ୟରୁ ବିଜେପି ୮ଟିରେ ଓ ସମାଜବାଦୀ ପାର୍ଟି ୨ଟିରେ ବିଜୟୀ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେପିର ସମସ୍ତ ପ୍ରାର୍ଥୀ ହେଲେ ସୁଧାଂଶୁ ତ୍ରିବେଦୀ, ଆରପିଏନ ସିଂହ, ଚୌଧୁରୀ ତେଜବୀର ସିଂହ, ସାଧନା ସିଂହ, ଅମରପାଲ ମୌର୍ଯ୍ୟ, ସଙ୍ଗୀତା ବଳୱନ୍ତ ଏବଂ ଆଗ୍ରା ମେୟର ନବୀନ ଜୈନ। ସେହିପରି ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଏବଂ ପିଡିଏ ପ୍ରାର୍ଥୀ ରାମଜୀଲାଲ ସୁମନ ମଧ୍ୟ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିବା କୁହାଯାଉଛି।
    ସେପଟେ ଏସପିର ତୃତୀୟ ପ୍ରାର୍ଥୀ ପୂର୍ବତନ ଆଇଏଏସ ଆଲୋକ ରଂଜନଙ୍କ ଆସନ ଅଟକି ରହିଥିବା ଜଣାପଡିଛି । ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ୩୯୯ ଜଣ ଭୋଟରଙ୍କ ମଧ୍ୟରୁ ମୋଟ ୩୯୫ ଜଣ ମତଦାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ପତ୍ନୀ ମହାରାଜୀ ଦେବୀ ମତଦାନରୁ ଦୂରେଇ ରହିଥିଲେ। ମହାରାଜୀ ଦେବୀ ଭୋଟ୍ ଦେବାକୁ ଆସିନଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସମାଜବାଦୀ ପାର୍ଟି ର ବିଧାୟକମାନେ ଜୋରଦାର କ୍ରସ୍ ଭୋଟିଂ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    8 %
    3.6kmh
    3 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ