Wednesday, September 30, 2026
22.9 C
Odisha

    ୨୨ ବର୍ଷରେ ଅଢେଇ ଗୁଣ ବଢିଛି ଖାଦ୍ୟଶସ୍ୟ ଉତ୍ପାଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ କୃଷକ ସଶକ୍ତିକରଣକୁ ଗୁରୁତ୍ବ ଦେଉଛନ୍ତି ସରକାର। ଜୟ କିଷାନର ମାହାତ୍ମ୍ୟକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦-୨୦୦୧ ମସିହାରେ ରାଜ୍ୟରେ ମାତ୍ର ୫୫.୩୫ ଲକ୍ଷ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିଲା। ଏବେ ଓଡ଼ିଶାର ବାର୍ଷିକ ଖାଦ୍ୟ ଶସ୍ୟ ଉପ୍ତାଦନ ୨୪୧.୩୬ ଲକ୍ଷ ଟନରେ ପହଞ୍ଚିଛି। ଯାହା ଫଳରେ ଓଡ଼ିଶା ଏକ ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ମଙ୍ଗଳବାର ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର କହିଛନ୍ତି। ସେହିପରି ପନିପରିବା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। ୨୦୦୦-୨୦୦୧ ମସିହାରେ ରାଜ୍ୟରେ ୩୩.୩୭ ଲକ୍ଷ ଟନ ପନିପରିବା ଚାଷ ହେଉଥିବା ବେଳେ ଏହା ୯୮.୫୨ ଲକ୍ଷ୍ୟକୁ ବୃଦ୍ଧି ପାଇଛି। କୃଷି ଯାନ୍ତ୍ରୀକିକରଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ଅଗ୍ରଗତି ହୋଇଛି। ୨୦୨୩ ମସିହାରେ ରାଜ୍ୟର ଟ୍ରାକ୍ଟର ବିକ୍ରି ବୃଦ୍ଧି ପାଇଛି। ଓଡ଼ିଶାର କୃଷି ଯନ୍ତ୍ରାଂଶ ଉପଲବ୍ôଧ କ୍ଷମତା ମଧ୍ୟ ୨୦୦୦-୦୧ ମସିହାରେ ଥିବା ୦.୬୧ କେ.ଡବ୍ଲ୍ୟୁରୁ ୨.୨୩ କେଡବ୍ଲ୍ୟୁକୁ ବୃଦ୍ଧି ପାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ଏହାକୁ ୨.୨୫ କେଡବ୍ଲ୍ୟୁ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ସବଡିଭିଜନ ସ୍ତରରେ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ କରିବା ପାଇଁ ଯୋଜନା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ