Thursday, October 1, 2026
23.8 C
Odisha

    UPIକୁ ନେଇ RBIର ଚେତାବନୀ, PhonePe ଏବଂ Google Pay ୟୁଜର୍ସଙ୍କ ପାଇଁ ବଡ଼ ଖବର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୁଧବାର ଦିନ କହିଛନ୍ତି ଯେ, ଦେଶରେ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆଣିଥିବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ(ୟୁପିଆଇ) ସର୍ବଦା ମାଗଣାରେ ରହିବ ନାହିଁ।

    ସେ ସଙ୍କେତ ଦେଇଛନ୍ତି ଯେ, ଡିଜିଟାଲ ପେମେଣ୍ଟ ଇନଫ୍ରାଷ୍ଟ୍ରକଚର ଚଳାଉଥିବାର ଖର୍ଚ୍ଚ ଉପଭୋକ୍ତାମାନଙ୍କ ଉପରେ ଲଦିବାକୁ ପଡ଼ିପାରେ। ମଲହୋତ୍ରା ଏମପିସିର ବୈଠକ ପରେ ଆୟୋଜିତ ପ୍ରେସମିଟରେ କହିଛନ୍ତି ଯେ, ଏହା ଏବେ ବି ମାଗଣା ନୁହେଁ। ଏଥିପାଇଁ କିଏ ନା କିଏ ପେମେଣ୍ଟ କରୁଛି।

    ସରକାର ତାଙ୍କୁ ସବସିଡି ଦେଉଛନ୍ତି। ହେଲେ କେଉଁଠି ନା କେଉଁଠି ପେମେଣ୍ଟ କରାଯାଉଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ, ମର୍ଚେଣ୍ଟ ଡିସକାଉଣ୍ଟ ରେଟ ବା ଏହି ଭଳି ଶୁଳ୍କ ଉପଭୋକ୍ତାଙ୍କ ଉପରେ ଲଗାଯାଇପାରେ। ଖର୍ଚ୍ଚ ହେଉଛି ଏବଂ ଏହି ଖର୍ଚ୍ଚ କାହାରିକୁ ନା କାହାରିକୁ ପେମେଣ୍ଟ କରିବାକୁ ପଡ଼ୁଛି। ଏହା ଗୁରୁତ୍ୱପୂର୍ଣ୍ଣ ଯେ, କିଏ ପେମେଣ୍ଟ କରୁଛି, ହେଲେ ଏଥିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଯେ, କିଏ ତ ବିଲ୍ ପେମେଣ୍ଟ କରୁଛି।

    ଏମଡିଆର ସେହି ଶୁଳ୍କ ଯାହା ପେମେଣ୍ଟ ପ୍ରୋସେସିଂ କମ୍ପାନୀଗୁଡ଼ିକ ଦୋକାନଗୁଡ଼ିକ ଏବଂ ବ୍ୟବସାୟଗୁଡ଼ିକରେ ଡିଜିଟାଲ ପେମେଣ୍ଟ ସ୍ୱୀକାର କରିବାରେ ଆଣିଥାଏ। ଜାନୁଆରୀ ୨୦୨୦ରୁ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଏମଡିଆରଠାରୁ ମୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ