Thursday, December 26, 2024
18.1 C
Odisha

    ବାଲାଷ୍ଟିକ୍ ମିସାଇଲ୍ ମିନଟମ୍ୟାନ୍-୩ର ପରୀକ୍ଷଣ କରିବାକୁ ଯାଉଛି ଆମେରିକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ନଭେମ୍ବର ୬ ରୁ ୧୦ ତାରିଖ । ବିଶ୍ୱ ଦେଖିବ ଆମେରିକାର ପରମାଣୁ ଶକ୍ତି । ଆମେରିକା ସହ ଶତ୍ରୁତା କରି ବସିଥିବା ରାଷ୍ଟ୍ର ଋଷ, ଚୀନ୍, ଓ ଉତ୍ତରକୋରିଆ ଭଳି ଶତ୍ରୁ ରାଷ୍ଟ୍ରଙ୍କୁ ନିଜର ଶକ୍ତି ଦେଖାଇବାକୁ ଯାଉଛି ଆମେରିକା । ନଭେମ୍ବର ୬ରୁ ୧୦ତାରିଖ ଭିତରେ ଆମେରିକା ତାର ଖତରନାକ ପରମାଣୁ ବାଲାଷ୍ଟିକ୍ ମିସାଇଲ୍ ମିନଟମ୍ୟାନ୍-୩ର ପରୀକ୍ଷଣ କରିବାକୁ ଯାଉଛି । ଏହି ମିସାଇଲର ଘଣ୍ଟା ପ୍ରତି ବେଗ ରହିଛି ୨୮ ହଜାର କିମି ।
    ଗତ କିଛିଦିନ ତଳେ ଉତ୍ତରକୋରିଆ, ଋଷ, ଚୀନ୍ ମିସାଇଲ୍ ପରୀକ୍ଷଣ କରିଛନ୍ତି । ଆଉ ଏହାକୁ ଦେଖିବା ପରେ ଆମେରିକା ଏହି ମିସାଇଲ୍ ପରୀକ୍ଷଣ ଦ୍ୱାରା ଏହି ତିନି ଶତ୍ରୁ ରାଷ୍ଟ୍ରକୁ ନିଜର ଶକ୍ତି ଦେଖାଇବାକୁ ଯାଉଛି । ଆମେରିକାର ଏହି ମିସାଇଲର ପରୀକ୍ଷଣ ନିହାତି ଭାବେ ଋଷ ଓ ଚୀନର ଚିନ୍ତା ବଢାଇଦେବ । ଏହି ମିସାଇଲର ରେଞ୍ଜ୍ ୧୦ହଜାର କିମି ରହିଥିବା ବେଳେ ଏହା ୧୧୦୦ କିମି ଉଚ୍ଚତାକୁ ଛୁଇଁବାର କ୍ଷମତା ରଖୁଛି ।

    କେବଳ ଏତିକି ନୁହେଁ, ଏହି ମିସାଇଲର ବେଗ ହିଁ ଏହାକୁ ଅଧିକ ଘାତକ ବନାଇଥାଏ । ଏହା ଘଣ୍ଟାପ୍ରତି ୨୮,୨୦୦ କିଲୋମିଟର ବେଗରେ ଶତ୍ରୁଆଡକୁ ମାଡିଆସିଥାଏ । ଏହି ମିସାଇଲର ମାରକ କ୍ଷମତା ଯେମିତି, ତାର ଆକାର ମଧ୍ୟ ସେମିତି । ଏହାର ଆକାର ୬୦ ଫୁଟ୍ ଲମ୍ବା ରହିଛି । ଏହି ମିସାଇଲ୍ ନିହାତି ଭାବେ ଶତ୍ରକୁ ଆତଙ୍କିତ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.1 ° C
    18.1 °
    18.1 °
    97 %
    1.6kmh
    94 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ