Thursday, September 10, 2026
24 C
Odisha

    ଭାରତ-ରୁଷ୍‌ ସମ୍ପର୍କରେ ଆମେରିକା ଇର୍ଷାନ୍ବିତ: ରୁଷ୍‌ ରାଷ୍ଟ୍ରଦୂତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ‘ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କରେ ଆମେରିକା ଇର୍ଷାନ୍ବିତ ଏବଂ ଯେ କୌଣସି ବାଟରେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଦୁଇ ଦେଶର ବିଶ୍ବସନୀୟ ଓ ସମୟୋପଯୋଗୀ ବନ୍ଧୁତ୍ବକୁ ଅଧିକରୁ ଅଧିକ କଟକଣା ଦ୍ବାରା ଦୁର୍ବଳ କରିବାକୁ ଆମେରିକା ଚେଷ୍ଟା କରୁଛି।’ ରୁଷର ବୈଦ୍ୟୁତିକ ଗଣମାଧ୍ୟମ ଆର୍‌ଟି ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତକାର ଦେଇ ରୁଷର ରାଷ୍ଟ୍ରଦୂତ ଡାନିସ୍‌ ଆଲିପୋଭ୍‌ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଆମେରିକା-ରୁଷ ମଧ୍ୟରେ ସିରିଆ, ୟୁକ୍ରେନ୍‌, ଇରାନ୍‌ ଆଦି ପ୍ରସଙ୍ଗକୁ ନେଇ ତିକ୍ତିତା ବୃଦ୍ଧି ପାଇଥିବା ବେଳେ ବର୍ତମାନ ରୁଷ ରାଷ୍ଟ୍ରଦୂତଙ୍କ ଏଭଳି ମନ୍ତବ୍ୟ ଆନ୍ତର୍ଜାତିକ କୂଟନୈତିକ ସ୍ଥିତିକୁ ଅଧିକ ଜଟିଳ କରିଛି।
    ସାକ୍ଷାତକାରରେ ଡାନିସ୍‌ କହିଛନ୍ତି ଯେ ଏଠାକୁ ଆସୁଥିବା ଆମେରିକୀୟ ଅଧିକାରୀମାନେ ଏହ‌ା କହିବାକୁ ପଛଘୁଞ୍ଚା ଦେଉନାହାନ୍ତି ଯେ ଭାରତ-ରୁଷ ସମ୍ପର୍କ ଭାଙ୍ଗିବା ସେମାନଙ୍କ ଲକ୍ଷ୍ୟ। ସେମାନେ ଏବେ ଭାରତ ବିରୋଧରେ ଦ୍ବିତୀୟ କଟକଣା ଲାଗୁ କରିବାକୁ ଧମକ ଦେଉଛନ୍ତି। ଏଭଳି ଚେତାବନୀ ଓ ପଦକ୍ଷେପ ଗ୍ରହଣଯୋଗ୍ୟ ନୁହେଁ ବୋଲି ଆଲିପୋଭ୍‌ କହିଛନ୍ତି। ଭାରତ-ରୁଷ ମଧ୍ୟରେ ଦୀର୍ଘ ବର୍ଷ ଧରି ଏକ ଦୃଢ଼, ବିଶ୍ବସନୀୟ ଏବଂ ପାରସ୍ପରିକ ସମ୍ମାନ ଆଧାରିତ ସମ୍ପର୍କ ରହିଛି। ଭାରତର ସାମାଜିକ-ଆର୍ଥିକ ବିକାଶରେ ତତ୍‌କାଳୀନ ୟୁଏସ୍‌ଏସ୍‌ଆର୍‌ର ଯୋଗଦାନ ଯୋଗୁଁ ଏହି ସୁସମ୍ପର୍କ ଗଢ଼ିଉଠିଛି ଓ ବର୍ତମାନ ସୁଦ୍ଧା ଜାରି ରହିଛି। ଆମର ବନ୍ଧୁତ୍ବ ବର୍ତମାନ ବିଭିନ୍ନ ଦିଗରୁ ବଢ଼ିବାରେ ଲାଗିଛି, କିନ୍ତୁ ଏହା ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଭଳି ନୁହେଁ। ଆମେ କଦାପି ରାଜନୈତିକ ପ୍ରଭାବ ବିସ୍ତାର କରିବା କିମ୍ବା ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁନାହୁଁ। ଏବେ ଆମେ ଏହି ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିବାକୁ ଚାହୁଛୁ। ଏହା ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କ ଭାଙ୍ଗିବାକୁ ଆମେରିକା କରୁଥିବା ଉଦ୍ୟମଗୁଡ଼ିକର ସଠିକ ମୁକାବିଲା ହୋଇପାରିବ ବୋଲି ସେ କହିଛନ୍ତି।

    ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗରେ ଡାନିସ୍‌ କହିଛନ୍ତି ଯେ ଭାରତ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେଲେ ବିଶ୍ବ ଶକ୍ତିର ଭାରସାମ୍ୟ ରକ୍ଷା କରିବାରେ ଏକ ବଡ଼ ଯୋଗଦାନ ଦେଇପାରିବ। ସୂଚନାଯୋଗ୍ୟ, ୟୁକ୍ରେନ୍‌-ରୁଷ ଯୁଦ୍ଧ ଘଟଣାରେ ରୁଷ ଉପରେ ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରର କଟକଣା ବୃଦ୍ଧି ପାଇଛି। ଅପରପକ୍ଷରେ ରୁଷରୁ ଶସ୍ତାଦରରେ ‌ତେଲ ଆଣିବା ପ୍ରସଙ୍ଗରେ ଆମେରିକା ଭାରତକୁ ଅନେକଥର ସତର୍କ କରାଇଛି। ନିକଟରେ ରିପବ୍ଲିକାନ୍‌ ଦଳର ନିକି ହାଲି କହିଥିଲେ ଯେ ଭାରତ ଆମେରିକାକୁ ଆଉ ପୂର୍ବ ଭଳି ଗୁରୁତ୍ବ ଦେଉନାହିଁ। ରୁଷ ସହ ଅଧିକ ସମ୍ପର୍କ ଦୃଢ଼ୀଭୂତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ