Sunday, September 13, 2026
27.6 C
Odisha

    ଇରାନ ସହ ବ୍ୟବସାୟ କରୁଥିବା ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣକୁ ବିରୋଧ କରି ଆମେରିକା ଏବେ କିଛି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ଇରାନ ସହିତ ତୈଳ ବ୍ୟବସାୟ କରନ୍ତି | ଆମେରିକାର କଟକଣା ତାଲିକାରେ ଏକ ଭାରତୀୟ କମ୍ପାନୀ ମଧ୍ୟ ଅଛି । ଭାରତୀୟ କମ୍ପାନୀ ଗବାରୋ ସିପ୍ ସର୍ଭିସେସ୍ ଏହାର ଟ୍ୟାଙ୍କର୍ ହର୍ନେଟ୍ ମାଧ୍ୟମରେ ଏସୀୟ ଦେଶଗୁଡିକୁ ଇରାନର ତେଲ ଯୋଗାଇଥାଏ | ଏହି ଟ୍ୟାଙ୍କର୍ ଇରାନରୁ ପେଟ୍ରୋଲିୟମ ସାମଗ୍ରୀ ନେଇ ଭାରତ ସମେତ ଅନ୍ୟ ଏସୀୟ ଦେଶକୁ ବିକ୍ରି କରିଥାଏ |

    ତେବେ ଆମେରିକାର କହିବା କଥା ଯେ ଏହି କମ୍ପାନୀ ଏକ ଭୁତ କମ୍ପାନୀ ଓ କମ୍ପାନୀ ବାବଦରେ ସବିଶେଷ ତଥ୍ୟ ନାହିଁ | ଇରାନର ତୈଳ ବ୍ୟବସାୟ ସହ ଜଡିତ ଥିବା ବିଶ୍ୱର ଅନେକ କମ୍ପାନୀ ଆମେରିକାର ପ୍ରତିବନ୍ଧକ ନିୟମ ପରେ ହରଡ଼ଘଣାରେ ପଡିଯାଇଛନ୍ତି | ଏହି କମ୍ପାନୀଗୁଡିକ ୟୁଏଇ, ମାଲେସିଆ, ହଂକଂ ଏବଂ ସୁରିନାମର ହୋଇଥିବାବେଳେ ଏହି ନିଷେଧାଦେଶ ଅନୁଯାୟୀ ଏହି କମ୍ପାନୀଗୁଡିକ ଆମେରିକାରେ କୌଣସି ଆର୍ଥିକ ନେଣଦେଣ କରିପାରିବେ ନାହିଁ |

    ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ କହିଛନ୍ତି ଯେ ଇରାନର ଏହି ଆକ୍ରମଣ ଇସ୍ରାଏଲର ଜନବହୁଳ ସହର ତେଲ ଅଭିବକୁ ଟାର୍ଗେଟ କରିଛି। ଏହି କାରଣରୁ ହଜାର ହଜାର ନିରୀହ ଲୋକ ପ୍ରାଣ ହରାଇ ପାରନ୍ତି। ତେଣୁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା କାର୍ଯ୍ୟକୁ ବିରୋଧ କରିବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ