Tuesday, April 29, 2025
29.3 C
Odisha

    ଆଉ ନାହାନ୍ତି ଉତ୍ତମ ମହାନ୍ତି

    ଆଗକୁ ପଢନ୍ତୁ

    କଟକ: ଯିଏ ଦିନେ ତାଙ୍କ ଅଭିନୟରେ ଲୋକଙ୍କୁ ହସାଉ ଥିଲେ, କନ୍ଦ।ଉଥିଲେ ସେ ଆଜି ନିରବୀ ଯାଇଛନ୍ତି। ଆଉଓଡିଶା ଆଜି ହରାଇଛି ଆଉ ଜଣେ ମହାନ କଳାକାରଙ୍କୁ। ସେ କେତେବେଳେ ସରପଞ୍ଚ ବାବୁ ତ କେତେବେଳେ ଦଣ୍ଡା ବାଳୁଙ୍ଗା ଭାବେ ଓଡ଼ିଶାର ଦର୍ଶକଙ୍କ ହୃଦୟ ଜିଣିଥିଲେ। ତାଙ୍କର ଶୂନ୍ୟସ୍ଥାନ ଆଉ କେହିବି ପୂରଣ କରି ପାରିବେ ନାହିଁ।

    ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି , ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି.।.. ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ପୂର୍ବରୁ ଉତ୍ତମଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ସେ ଗତ କିଛି ଦିନ ହେବ ଲିଭର ଶିରୋସିସରେ ପୀଡିତ ଥିଲେ । ୧୯୭୭ରେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ ଫିଲ୍ମ ଜରିଆରେ ଓଡିଆ ସିନେମା ଜଗତରେ ଡେବ୍ୟୁ କରିଥିଲେ । ଏହାପର ଠାରୁ ଆଉ ପଛକୁ ଫେରିନାହାନ୍ତି ଉତ୍ତମ ମହାନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ରେ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଥିଲେ ଉତ୍ତମ । ବର୍ତ୍ତମାନ ଯାଏ ୧୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଉତ୍ତମ ମହାନ୍ତି । ଯେଉଁଥିରେ ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.3 ° C
    29.3 °
    29.3 °
    50 %
    2kmh
    15 %
    Tue
    28 °
    Wed
    39 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ