Monday, March 23, 2026
20.3 C
Odisha

    ଖାଦ୍ୟ ଟ୍ରେରେ ଗୋଡ଼ ରଖି ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦେଖି ରେଳବାଇ ଦେଲା ଏଭଳି ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତରେ ଏଣିକି ପ୍ରତ୍ୟେକ ସ୍ଥାନରେ ରେଳସେବାର ସୁବିଧା ହୋଇଗଲାଣି। ଯାତ୍ରା ସମୟରେ ଲୋକଙ୍କୁ ଯେମିତି କୌଣସି ଅସୁବିଧା ନହୁଏ ସେଥିପାଇଁ ଟ୍ରେନରେ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବନ୍ଦେଭାରତ ଟ୍ରେନରେ ରିଜର୍ବେସନ କରି ଯାତ୍ରା କରୁଥିବା ବ୍ୟକ୍ତି ନିଜ ସିଟରେ ବସିବା ସହିତ ଖାଦ୍ୟ ଖାଉଥିବା ଟ୍ରେରେ ଗୋଡ଼ ରଖିଥିବା ଦେଖିବାକୁ ମିଳୁଛି। ଏହି ଟ୍ରେରେ ଯାତ୍ରୀମାନେ ଯାତ୍ରା ସମୟରେ ଖାଦ୍ୟ ରଖି ଖାଇଥାଆନ୍ତି।

    ଏହି ଘଟଣା ଇନଷ୍ଟାଗ୍ରାମ ଓ ଟୁଇଟରରେ ଭାଇରାଲ ହେବାପରେ ‌ଭାରତୀୟ ରେଲୱେର ମୁଖ୍ୟ ପରିଯୋଜନା ପ୍ରବନ୍ଧକ ଅନନ୍ତ ରୁପାନାଗୁଡ଼ି ଫଟୋରେ ପ୍ରତିକ୍ରିୟା ଦେଇ ସମସ୍ତ ଯାତ୍ରୀଙ୍କୁ ଅନୁରୋଧ କରିଛନ୍ତି କି, ‘ଦୟାକରି ଫିଟିଙ୍ଗର ବ୍ୟବହାର ସେହି ଉଦ୍ଦେଶ୍ୟରେ କର ଯେଉଁ ଉଦ୍ଦେଶ୍ୟରେ ତାହା ଲାଗିଛି। ଆପଣଙ୍କ ଟଙ୍କାରେ ଆପଣଙ୍କ ପାଇଁ ତିଆରି ହୋଇଥିବା ସାମଗ୍ରୀର ଯତ୍ନ ନେବା ଆପଣଙ୍କ କାମ। ବନ୍ଦେଭାରତ ଟ୍ରେନ ଅନେକ ପରିଶ୍ରମ କରି ତିଆରି କରାଯାଇଛି। ତେଣୁ ଆପଣଙ୍କୁ ଅନୁରୋଧ ନିଜର ସମ୍ପତ୍ତି ଭାବି ଦାୟିତ୍ବର ସହ ଯାତ୍ରା କରନ୍ତୁ। ଏହା ପୂର୍ବରୁ ବି ରେଳଯାତ୍ରୀ ଯାତ୍ରା ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଲାଗିଥିବା ସାମଗ୍ରୀକୁ ନଷ୍ଟ କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ମୁଁ ବୁଝିପାରେ ନାହିଁ ସେମାନେ ଏମିତି କାହିଁକି କରନ୍ତି। ଯାହାବି ଅଛି ଯାତ୍ରୀଙ୍କ ସୁବିଧା ପାଇଁ, ତେଣୁ ଯତ୍ନର ସହ ଯାତ୍ରା କଲେ ଯାତ୍ରୀଙ୍କ ପାଇଁ ହିଁ ଭଲ।’

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ