Sunday, October 4, 2026
28.6 C
Odisha

    ବିପଦସଂକୁଳ ସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ବରେ ପନିପରିବା ବିକୁଛନ୍ତି ବ୍ୟବସାୟୀ

    ଆଗକୁ ପଢନ୍ତୁ

    କୋରାପୁଟ: ଯେତେ ମାଠିବୁ ମାଟ୍ ମୁଁ ସେହି ଦରପଡ଼ା କାଠ। ଏହି ଉକ୍ତିଟି କୋରାପୁଟ ସହରରେ ଜାତୀୟ ରାଜପଥ ୨୬ ପାର୍ଶ୍ବରେ ବସି ପନିପରିବା ବିକୁଥିବା ବ୍ୟବସାୟୀଙ୍କ ପାଇଁ ସଂପୁର୍ଣ୍ଣ ଉଦ୍ଧିଷ୍ଟ। ଶତାଧିକ ଉଠା ପନିପରିବା ବ୍ୟବସାୟୀ, କୁମ୍ବକାର, ମିର୍ଗାନ ଆଦି ପୁଲିସ ତାଲିମ କେନ୍ଦ୍ର ଠାରୁ ବାଟ ସଫ, ଟ୍ରାଫିକ ଛକ ଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ନିଜ ଅଧିନରେ ରଖିଥାନ୍ତି। ପୁଲିସ ଓପ୍ରଶାସନ ସବୁ ଦେଖି ନ ଦେଖିବା ଭଳି ରହିଥାନ୍ତି। ବିପଦସଂକୁଳ ଅବସ୍ଥାରେ ପନି ପରିବା ବେପାରୀ ବସୁଥିବା ବେଳେ ଲୋକେ ବି ଚିରାଚରିତ ଷ୍ଟାଇଲରେ ବାଇକରେ ବସି ପନିପରିବା କିଣୁଛନ୍ତି।

    ଏହି ସ୍ଥିତିକୁ ସୁଧାରି ଏମାନଙ୍କୁ ଉଠାଇ ଚନ୍ଦନ ପୋଖରୀ ନିକଟକୁ ନିକଟକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୋଜନା କରିଥିଲେ। ତାହା ଏବେ ଶୀତଳଭଣ୍ଡାରରେ। ଟ୍ରାଫିକ ଛକ ନିକଟର ଦୁର୍ଘଟଣାକୁ ଏଡାଇବାକୁ ଯାଇ ଚନ୍ଦନପୋଖରୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁର୍ଘଟଣା ହେବା ପରେ ଏବେ ପୁଣି ବ୍ୟବସାୟୀମାନେ ନିଜ ଜୀବନକୁ ବାଜିରେ ଲଗାଇ ରାସ୍ତା ଉପରେ ପନିପରିବା ବିକୁଛନ୍ତି।

    କ୍ରମବର୍ଦ୍ଧିଷ୍ଣୁ କୋରାପୁଟ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେଡିକାଲ କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢ଼ିଛି। ଏହି କ୍ରମରେ ସହରର ଦୈନିକ ବଜାରରେ ରହିଥିବା ପରିବା ବଜାର ଗ୍ରାହକଙ୍କ ଚାହିଦାକୁ ମେଣ୍ଟାଇ ପାରୁନି। ଦୈନିକ ବଜାରରେ ସ୍ଥାନାଭାବରୁ ବହୁ ଗ୍ରାମାଂଚଳରୁ ଆସୁଥିବା ପନିପରିବା ବ୍ୟବସାୟୀ ମାନେ ଜାତୀୟ ରାଜପଥ ୨୬ କଡ଼କୁ ଲାଗି ଉଠାଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି।
    ରବିବାର ସାପ୍ତାହିକ ହାଟ ଦିନ ଅଧିକା ଦୋକାନ ପକାଯାଉଛି। ଖାସ୍ କରି ଏଠାକାର ବ୍ୟବସାୟୀମାନେ ସଜ ତଥା ତଟକା ପରିବା ବିକ୍ରି କରୁଥିବା ଦେଖି ତଥା ବଜାରର ଗହଳି ମଧ୍ୟରେ ତଥା ବାଇକକୁ ଷ୍ଟାଣ୍ଡରେ ରଖି ବଜାରକୁ ଯାଇ କିଣି ଆଣିବା ବଦଳରେ ରାସ୍ତା ଉପରେ ହିଁ ବାଇକ୍ ରଖି କିଣି ନେଉଛନ୍ତି। ତେବେ ଏଠାରେ ବହୁ ସମୟରେ ବହୁ ବାଇକ୍, କାର ଆଦି ରାସ୍ତା ଉପରେ ପାର୍କିଂ କରି କିଣା କିଣି କରୁଥିବା ଏବଂ ଏନଏଚ୍ ହୋଇଥିବାରୁ ବହୁ ଭାରୀଯାନ ବି ଦ୍ରୁତଗତିରେ ଯିବା ଆସିବା କରୁଛି। ତେବେ କିଛି ଅଘଟଣ ହେବା ପୂର୍ବରୁ ପ୍ରଶାସନ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ