Wednesday, April 8, 2026
34.5 C
Odisha

    କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ବାନ୍ଧିଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ଭୁବ‌ନେଶ୍ବର/କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ବିପୁଳ ସଂପତ୍ତି ଜବତ କରିବା ପରେ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ସତ୍ୟପ୍ରକାଶ ସ୍ୱାଇଁ ଆଗରୁ ଝରପଡ଼ା କାରାଗାରର ଅଧୀକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

    କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରଖିଥିଲା। ତାଙ୍କର କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ବାସଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗରସ୍ଥିତ ନିଜ ଘର ଓ ଶ୍ୱଶୁର ଘର ଜାଗମରା ଓ ନିଜ ଘର ମିଶି ୭ଟି ସ୍ଥାନରେ ଚଢାଉ କରିଥିଲା। ତାଙ୍କର ଦେଢ଼ କୋଟି ଟଙ୍କାର ୪ ମହଲା କୋଠା ଠାବ କରିଥିଲା।

    ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ