Thursday, July 30, 2026
26.2 C
Odisha

    ନିର୍ବାଚନ ପୂର୍ବରୁ ନେଟୱର୍କ ସମସ୍ୟାର ସମାଧାନ ନକଲେ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଦେଶ ବିକାଶ ପଥରେ ଢେର ଆଗଉଛି। ଯୋଗାଯୋଗ କ୍ଷେତ୍ରରେ ବହୁ ଆଗକୁ ବଢ଼ି ୪ଜିରୁ ୫ଜି ହେଲାଣି। ଚନ୍ଦ୍ରପୃଷ୍ଠକୁ ମଣିଷ ଗଲାଣି। କିନ୍ତୁ ଆଜିବି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ମୋବାଇଲ୍‌ ନେଟୱର୍କ ସମସ୍ୟା ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ସରକାରଙ୍କ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଆଜିବି ମୋବାଇଲ ନେଟୱର୍କ ଅପହଞ୍ଚ ହୋଇ ରହିଥିବା ଦେଖୁବାକୁ ମିଳୁଛି। ବୁଲି ବୁଲି ନେଟୱର୍କ ଖୋଜିବାକୁ ପଡୁଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ। ରାଜ୍ୟ ସରକାର ରାଜ୍ୟର ସମସ୍ତ ବିପିଏଲ ରାସନ କାର୍ଡଧାରୀଙ୍କୁ ଦୁଇଟି ଝୋଟ ବ୍ୟାଗ ସହ ଏକ ହଜାର ଟଙ୍କା ପ୍ରଦାନ ନିମନ୍ତେ ଘୋଷଣା କରିବା ପରେ ପ୍ରଥମେ ଝୋଟ ବ୍ୟାଗ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। କାରଣ ୧ହଜାର ଟଙ୍କା ପ୍ରଦାନ ନିମନ୍ତେ ଟଙ୍କା ଆସିନଥିଲା। ଟଙ୍କା ଆସିବା ପରେ ଗୁରୁବାର ସ୍ଥାନୀୟ ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ରଟିଙ୍ଗିଆ ପଞ୍ଚାୟତକୁ ରାସନକାର୍ଡଧାରୀଙ୍କୁ ୧ହଜାର ଟଙ୍କା ପ୍ରଦାନ ନିମନ୍ତେ ସମସ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବାକୁ ସୂଚନା ପ୍ରଦାନ କରାଯାଇଥିଲା।

    ସୂଚନା ପ୍ରକାରେ ପଂଚାୟତର ଶହଶହ ରାସନକାର୍ଡଧାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏକ ହଜାର ଟଙ୍କା ପାଇବା ନିମନ୍ତେ। ଯୋଗାଣ ବିଭାଗ କର୍ମଚାରୀ ପହଞ୍ଚି ନିଜ କାର୍ଯ୍ୟ ଆରମ୍ଭ କରିବା ବେଳେ ନେଟୱର୍କ ନଥିବା ଦେଖି କଣ କରିବେ ଚିନ୍ତା କରି କରି ନିଜ କାଗଜପତ୍ର ଧରି ଗାଁର କେଉଁଠି ନେଟୱାର୍କ ଆସୁଛି ଖୋଜିବୁଲିଲେ। କିଛି ସମୟ ପରେ ରଟିଙ୍ଗିଆ ଛକରେ ଏକ ରାସ୍ତା କଡରେ ନେଟୱାର୍କ ଆସୁଥିବା ଦେଖି ସେହି ସ୍ଥାନକୁ ନିଜ କାଗଜପତ୍ର, ଟେବୁଲ ଚେୟାର ବୋହି ଚାଲିଲେ ଏବଂ ନିଜ କାମ ଆରମ୍ଭ କଲେ। ତଥାପି ନେଟୱର୍କ ସମସ୍ୟା ରହିଥିଲା କିଛି ଘଣ୍ଟା ଭିତରେ ମାତ୍ର ୨୦ରୁ୨୫ଜଣ ରାସନ କାର୍ଡ ଧାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଗଲା ପୁଣି ନେଟୱର୍କ ସମସ୍ୟା ଦେଖାଦେବାରୁ ଟଙ୍କା ଦେବା ବନ୍ଦ କରି ଯୋଗାଣ ବିଭାଗ କର୍ମଚାରୀ କାର୍ଡଧାରୀଙ୍କୁ ବ୍ଲକ୍‌କୁ ଆସି ନିଜ ନିଜ ପ୍ରାପ୍ୟ ନେବାକୁ କହିଥିଲେ। ନିଜ କାମଧନ୍ଦା ଛାଡି ଶହଶହ ଲୋକ ଏକ ହଜାର ଟଙ୍କା ପାଇବା ଆଶାରେ ଆଜି ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ହେଲେ ନିରାଶ ହୋଇ ଫେରିଗଲେ। ପୁଣି ଆଉ ଗୋଟିଏ ଦିନ।ଗରିବ ଲୋକ ଖଟିଲେ ମୂଲ ଲାଗିଲେ ଘର ଚଳିବ।ଏହିଭଳି ଯଦି ନିଜ କାମଧନ୍ଦା ଛାଡି ଏମିତି ବାରମ୍ବାର ଆସିବାକୁ ପଡିବ ତାହାହେଲେ ଘର ଚଳିବ କେମିତି ବୋଲି ପ୍ରଶ୍ନ କରିଛନ୍ତି।

    ଅନ୍ୟପଷରେ ରଟିଙ୍ଗିଆ ରେ ଦୀର୍ଘଦିନ ହେଲା ମୋବାଇଲ ନେଟୱର୍କ ସମସ୍ୟା ଲାଗିରହିଥିବା ବେଳେ ଅଞ୍ଚଳବାସୀ ଏହି ସମସ୍ୟାର ସମାଧାନ ନିମନ୍ତେ ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣେଇଥିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ଲୋକଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରଟିଙ୍ଗିଆରେ ମୋବାଇଲ ନେଟୱର୍କ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    87 %
    2.5kmh
    100 %
    Thu
    27 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ