Sunday, October 18, 2026
23.2 C
Odisha

    ଚାନ୍ଦିପୁରରୁ କ୍ଷେପଣାସ୍ତ୍ରର ପରୀକ୍ଷଣ

    ଆଗକୁ ପଢନ୍ତୁ

    ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଅପରାହ୍ନ ୩ଟା ୧୯ ମିନିଟରେ ଭାଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା ଭିଏଲ୍‌-ଏସ୍‌ଆରଏସ୍‌ଏଏମ୍‌(ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପରୀକ୍ଷଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ଡିଆରଡିଓର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।
    ପ୍ରଶାସନର ସୂଚନା ଅନୁସାରେ ଜୟଦେବକସବା ପାହି, ସାହାଜାନଗର ପାଣିର ୧୦୯୩ ଜଣ, ଭୀମପୁର ପାହି, ତୁଣ୍ଡରା ପାହିର ୮୯୫ ଜଣ, ଖଡୁପାହି, କୁସୁମୁଳୀ ଗାଁର ୧୧୧୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଥିଲା। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ଟଙ୍କା ଗ୍ରାମବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ