Sunday, July 13, 2025
26 C
Odisha

    ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର; ଖୋଲିଲା ଆଉ ୬ଟି ଗେଟ୍

    ଆଗକୁ ପଢନ୍ତୁ

    ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର। ଆଜି ଆଉ ୬ଟି ଗେଟ୍‌ ଖୋଲିଛି। ୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି।

    ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୭ ଘନଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୫୯କ୍ୟୁସେକ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨ ଲକ୍ଷ ୫୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି।ହୀରାକୁଦ ଡ୍ୟାମରେ ଗେଟ୍‌ ଖୋଲାଯିବା ର୍ପୂବରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ଗେଟ୍ ଖୋଲାଯିବା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ।

    ସୂଚନାଯୋଗ୍ୟ, ଆଗକୁ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଉପମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାର ସମ୍ଭବନା ରହିଛି। ଯଦି ୨୦ରୁ ଅଧିକ ଗେଟ୍‌ ଖୋଲେ ତାହା ହେଲେ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    83 %
    1.7kmh
    73 %
    Sat
    26 °
    Sun
    32 °
    Mon
    26 °
    Tue
    31 °
    Wed
    33 °

    ସମ୍ବନ୍ଧିତ