Sunday, October 11, 2026
22.1 C
Odisha

    ଜଳ ଯୋଗାଣ ଠପ୍: ସ୍କୁଲ-କଲେଜ ବନ୍ଦ କଲେ ପ୍ରଶାସନ

    ଆଗକୁ ପଢନ୍ତୁ

    କୋଚି: କେରଳରେ ପାନୀୟ ଜଳ ଯୋଗାଣ ସମସ୍ୟା ଯୋଗୁ ଥିରୁବନନ୍ତପୁରମ୍ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରେ ଜଳ ଯୋଗାଣରେ ବିଳମ୍ବ ଲାଗି ସୋମବାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିବାକୁ ପଡିଛି। ମେଲାରାନୁର ଅଞ୍ଚଳର ମୁଖ୍ୟ ଟ୍ରାନ୍ସମିସନ ଲାଇନରେ ବୈଷୟିକ ସମସ୍ୟା ଯୋଗୁ ପ୍ରାୟ ୪୦ଟି ୱାର୍ଡରେ ଥିବା ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗତ ଚାରି ଦିନ ଧରି ପାଣି ପାଇପାରି ନ ଥିଲେ।

    ଗତ ଚାରି ଦିନ ଧରି କେରଳ ଜଳ ପ୍ରାଧିକରଣ (କେଡବ୍ଲୁଏ) ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଏହାର ମୁଖ୍ୟ କାରଣ ହେଲା, ଥିରୁବନନ୍ତପୁରମ୍-ନାଗେରକୋଏଲ୍ ରେଳ ଲାଇନରେ କାମ ସମୟରେ ପାଇପଲାଇନର ଆଲାଇମେଣ୍ଟ ପରିବର୍ତ୍ତନ କରିବାକୁ ପଡିଥିଲା।

    ସୋମବାର ସକାଳେ ଜଳ ଯୋଗାଣ ଆରମ୍ଭ ହୋଇଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବରେ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଛି। ସୋମବାର ଧାର୍ଯ୍ୟ ହୋଇଥିବା ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି।

    ସୋମବାର ଅପରାହ୍ନ ସୁଦ୍ଧା କୋଚିର ଅନେକ ଅଞ୍ଚଳରେ ଜଳ ଯୋଗାଣ ପୁନଃସ୍ଥାପିତ ହୋଇଛି। କିନ୍ତୁ ଉଚ୍ଚ ଅଞ୍ଚଳରେ ଜଳ ଯୋଗାଣ ସମ୍ଭବ ହୋଇ ପାରିନାହିଁ। ଏହି ସମୟରେ କଂଗ୍ରେସ ଛାତ୍ର ସଂଗଠନ, ଯୁବ କଂଗ୍ରେସ ଏବଂ କେଏସୟୁ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

    ଅଧିକାରୀ କହିଛନ୍ତି ଯେ ମରାମତି କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ ହୋଇ ୪୮ ଘଣ୍ଟା ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସ୍ଲୁଇସ୍ ଭଲଭରେ ତ୍ରୁଟି ଯୋଗୁ କାମ ବିଳମ୍ବ ହୋଇଥିଲା।
    ରବିବାର ଦିନ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ କେଡବ୍ଲୁଏ ଟ୍ୟାଙ୍କର୍ ମାଧ୍ୟମରେ ଜଳ ଯୋଗାଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜଳର ଚାହିଦା ସମ୍ପୂର୍ଣ୍ଣ ପୂରଣ ହୋଇପାରି ନ ଥିଲା । ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରୋଶୀ ଅଗଷ୍ଟିନ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବ ଏବଂ ଲିକ୍ କାରଣରୁ ଜଳ ଯୋଗାଣରେ ବିଳମ୍ବ ପାଇଁ କିଏ ଦାୟୀ ତାହାର ତଦନ୍ତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ