Tuesday, March 24, 2026
35.6 C
Odisha

    ୧୦୦ ଜଣ ଲୋକ ଥିବା ଗାଁକୁ ପିଚୁରାସ୍ତା ସଂଯୋଗ କରିବ: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି। ନୂଆ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଅଲଗା ରହିଛି। ରାଜ୍ୟ ସରକାର ପ୍ରତି ଗ୍ରାମକୁ ପିଚୁରାସ୍ତା ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାସ୍ତା ନିର୍ମାଣ କରାଗଲେ ରୋଗୀ ଆଉ ଖଟିଆରେ ବୁହା ହେବେନି। ଗାଁକୁ ସହଜରେ ଆମ୍ବୁଲାନ୍ସ ଯାଇପାରିବ। ୧୦୦ ଲୋକ ଥିବା ଗାଁକୁ ପିଚୁ ରାସ୍ତା ସଂଯୋଗ କରି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
    ଶ୍ରୀ ନାଏକ କହିଛନ୍ତି ଯେ, ଗାଁ ଗୁଡିକର ତାଲିକା ପ୍ରସ୍ତୁତ ସରିଛି। ପିଏମ୍‌ ଜନମନ ଯୋଜନାରେ ପ୍ରିମିଟିଭ ଟ୍ରାଇଭ ଥିବା ଗାଁକୁ ରାସ୍ତା ନିର୍ମାଣ ହେବ। ପୂର୍ବ ସରକାର ସମୟରେ ‘ବ୍ରିଜ କମ ୱେ’ର ଯୋଜନାର ନୂଆ ରୂପରେଖ ତିଆରି ହୋଇଛି। ଏବେଠାରୁ ‘ବ୍ରିଜ କମ୍‌ ବ୍ୟାରେଜ’ର ନିର୍ମାଣ ହେବ। ଏହା ଦ୍ୱାରା ଚାଷୀଙ୍କୁ ପାଣି ଦିଆଯାଇ ପାରିବ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ପର୍ଯ୍ୟାୟ କ୍ରମେ ଡବଲଲାଇନ କରାଯିବ।

    ସେହିପରି ବିଭାଗୀୟ ଅଧିକାରୀ ଓ କର୍ମୀଙ୍କୁ ମନ୍ତ୍ରୀ ଚରମ ବାଣୀ ଶୁଣାଇଛନ୍ତି। ସିଧାସିଧା କହିଛନ୍ତି କାମ ଖରାପ ହେଲେ ବିଭାଗୀୟ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ଉପରେ ହେବ ଆଇନ ଗତ କାର୍ଯ୍ୟାନୁଷ୍ଠାନ। ଆଗାମୀ ୧୦୦ ଦିନ ଭିତରେ ୨୦୦ ବ୍ରିଜ କାମ ସାରିବା ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଅଫିସର ଗାଁକୁ ଯାଆନ୍ତୁ ଓ ସରକାରୀ ଯୋଜନା ଠିକ ଭାବେ କାମ କରନ୍ତୁ ବୋଲି ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ। ଆଉ ବାହାର ଲୋକ ନୁହଁ ଲୋକାଲ ଲୋକଙ୍କୁ ମିଳିବ ଆର ଡି ବିଭାଗର କାମ। ଅଞ୍ଚଳର ଅନେକ ଡିପ୍ଲୋମା ଓ ଇଞ୍ଜିନିୟରିଂ ପିଲାଙ୍କୁ ଟ୍ରେନିଂ ଦେଇ କାମରେ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ