Sunday, September 20, 2026
30.5 C
Odisha

    ଭୁବନେଶ୍ୱରରେ ପହଁଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯିବେ ବିଷ୍ଣୁ ଦେଓ ସାଏ । ସେଠାରେ ଏକ ଘଣ୍ଟା ୧୫ ମିନିଟ ରହିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା ହୋଇପାରେ । ମହାନଦୀ ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ ଆଲୋଚନା ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।

    ଏହା ପୂର୍ବରୁ ମହାନଦୀ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ଭେଟଘାଟ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବିଷ୍ଣୁ ଦେଓ ସାଏ । ଏହାପରେ ସିଧାସଳଖ ପୁରୀ ଯିବେ ଓ ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ରାତ୍ର ରହଣି କରିବେ । ଆସନ୍ତାକାଲି ଭୁବନେଶ୍ୱର ଫେରି ବିମାନବନ୍ଦରରୁ ରାୟପୁର ବାହାରିଯିବେ ଛତିଶଗଡ଼ ସିଏମ୍ ବିଷ୍ଣୁ ଦେଓ ସାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ