Saturday, October 3, 2026
24.8 C
Odisha

    ମୃତ୍ୟୁ ପରେ ବ୍ୟକ୍ତିଙ୍କ ଆଧାର କାର୍ଡ କ’ଣ ହୋଇଥାଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜରେ ପରିଣତ ହୋଇଛି । ଆପଣ ବ୍ୟାଙ୍କ ଯାଆନ୍ତୁ ଅବା ହୋଟେଲ କିମ୍ବା ଟ୍ରେନ ଯାତ୍ରା କରିବା ସମୟରେ ଆଧାରକାର୍ଡ ଆବଶ୍ୟକ ହୋଇଥାଏ।  ଏହାବ୍ୟତୀତ ବିଦେଶ ଯାତ୍ରା କିମ୍ବା କୌଣସି କାଗଜପତ୍ର କାମ ହେଉ ଅଧିକାରୀମାନେ ଆଧାରକ‌ାର୍ଡ ମ‌ାଗି ଥ‌ାଆନ୍ତି।  ଆଧାରକ‌ାର୍ଡ ଲୋକଙ୍କ ପରିଚୟ ଯାଞ୍ଚ କରିବାକୁ ବ୍ୟବହୃତ ହୋଇଥାଏ। ଆଧାର ହେଉଛି ଏକ ଅନନ୍ୟ ୧୨ ଅଙ୍କ ସଂଖ୍ୟା । ଆଧାରରେ ଆପଣଙ୍କ ନାମ, ଠିକଣା ଏବଂ ଫିଙ୍ଗର ପ୍ରିଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ବିବରଣୀ ଅନ୍ତର୍ଭୁକ୍ତ ରହିଥାଏ। ଆଧାର କାର୍ଡ ବିନା ଆପଣ କୌଣସି ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ତେଣୁ ଆଧାରକୁ ସର୍ବଦା ସୁରକ୍ଷିତ ରଖିବା ଜରୁରୀ ଅଟେ। ଆପଣ କେବେ ଚିନ୍ତା କରିଛନ୍ତି କି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ କ’ଣ ହୋଇଥାଏ? ତେବେ ଆସନ୍ତୁ ଜାଣିବା ଏବିଷୟରେ କିଛି ଜରୁରୀ ସୂଚନା…

    ଆଧାର କାର୍ଡ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥାଏ। କିଛିବର୍ଷ ପୂର୍ବରୁ ନାବାଳକ ଏବଂ ନବଜାତ ଶିଶୁଙ୍କର ବି ଆଧାରକାର୍ଡ କରାଯିବା ନିୟମ ଲାଗୁ ହୋଇଯାଇଛି। କିନ୍ତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଧାର କାର୍ଡର କ’ଣ କରାଯିବ ସେଥିପାଇଁ କୌଣସି ନିୟମ ଏଯାଏଁ  ନିର୍ଦ୍ଧାରିତ କରାଯାଇନାହିଁ।

    ଏହାର ଅର୍ଥ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ପରେ, ଆପଣ ଉକ୍ତ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡକୁ କୌଣସି କାର୍ଯ୍ୟାଳୟରେ ଦାଖଲ କରିପାରିବେ ନାହିଁ କିମ୍ବା ବାତିଲ କରିପାରିବେ ନାହିଁ ।

    ଏଭଳି କ୍ଷେତ୍ରରେ ଉକ୍ତ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ସୁରକ୍ଷିତ ରଖିବା ପାଇଁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଆଧାରରେ ତାହାକୁ ଲକ କରି ପାରିବେ। ଯାହାଫଳରେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ସୁରକ୍ଷିତ ରହିବ କେହି ଏହାକୁ ଅପବ୍ୟବହାର କରିପାରିବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ