Saturday, July 27, 2024
24.5 C
Odisha

    ଆଣ୍ଟିବାୟୋଟିକ୍ ଲେଖିବାବେଳେ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

    ଆଗକୁ ପଢନ୍ତୁ

    ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ ଏଣିକି ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଡାକ୍ତରମାନେ ଆଂଟିବାୟୋଟିକ୍ ଲେଖିବା ସମୟରେ ଏହାର କାରଣ ଓ ଯଥାର୍ଥତା ମଧ୍ୟ ଉଲ୍ଲେଖ କରିବେ । ସମସ୍ତ ଡାକ୍ତରଖାନାରେ ଏହି ନିୟମ ପାଳନ କରିବା ଏବଂ ବାଧ୍ୟତାମୂଳକ ଅଭ୍ୟାସ କରିବାକୁ କହିଛି ମନ୍ତ୍ରାଳୟ ।

    ଏଥିସହ ଦେଶର ସମସ୍ତ ଫାର୍ମାସିଶ୍ଟମାନଙ୍କୁ ଔଷଧ ଏବଂ କସମେଟିକ୍ସ ନିୟମର ଅନୁସୂଚୀ ଏଚ୍ ଏବଂ ଏଚ୍-୧କୁ କଡାକଡି ଭାବେ ପାଳନ କରିବା ଏବଂ ବିନା ପ୍ରେସକ୍ରିପସନରେ ଆଂଟିବାୟୋଟିକ୍ ବିକ୍ରି ବନ୍ଦ କରିବାକୁ କୁହାଯାଇଛି । କେବଳ ଜଣେ ଯୋଗ୍ୟ ଡାକ୍ତରଙ୍କ ପ୍ରେସକ୍ରିପସନରେ ଆଂଟିବାୟୋଟିକ୍ ବିକ୍ରି କରିବାକୁ କୁହାଯାଇଛି । ଔଷଧ ପ୍ରତିରୋଧୀ ଜୀବାଣୁପ ବିକାଶରେ ମୁଖ୍ୟ ପ୍ରୋତ୍ସାହକ ଆଂଟିମାଇକ୍ରୋବିୟଲ ବା ସୀକ୍ଷ୍ମଜୀବାଣୁରୋଧୀର ଅପବ୍ୟବହାର ଏବଂ ଅଧ୍ଚଳ ବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆ ଯାଇଛି । ଆଂଟିବାୟୋଟିକର ସଠିକ୍ ପ୍ରୟୋଗ ଉପରେ ସରକାର ଏବେ ଗୁରୁତ୍ୱ ଦେବା ଆରମ୍ଭ କରିଦେଇଛନ୍ତି । ଏ ଦିଗରେ ଏବେ ଶକ୍ତ ଆଭିମୁଖ୍ୟ କେନ୍ଦ୍ର ସରକାର ଗ୍ରହଣ କରିଥିବା କହିଛନ୍ତି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ଅତୁଲ ଗୋୟଲ`

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ