Sunday, September 13, 2026
27.6 C
Odisha

    ସୁଭଦ୍ରା ଯୋଜନା ପାଇଁ କେଉଁଠି କରିବେ ଆବେଦନ; ଜାଣନ୍ତୁ, କେଉଁମାନଙ୍କୁ ମିଳିବନି ସୁଭଦ୍ରା ସହାୟତା

    ଆଗକୁ ପଢନ୍ତୁ

    ସୁଭଦ୍ରା ଯୋଜନା ପାଇଁ ଆଜି ଆସିଛି ଏସ୍‌ଓପି। ଏହି ଯୋଜନାରେ କେଉଁମାନେ ସହାୟତା ପାଇବେ, କେଉଁମାନେ ସହାୟତା ପାଇବେ ନାହିଁ ଓ ହିତାଧିକାରୀ କେମିତି କରିବେ ଆବେଦନ, ସେ ସଂପର୍କରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

    କିଭଳି ଆବେଦନ କରିବେ

    ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ଆବେଦନ କରିହେବ
    ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ ଓ ହିତାଧିକାରୀ ସେହି ଫର୍ମ ପୂରଣ କରି ସୁଭଦ୍ର ସହାୟତା ପାଇଁ ଆବେଦନ କରିହେବ
    ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ।
    କେଉଁମାନେ ସୁଭଦ୍ରା ସହାୟତା ପାଇବେନି

    ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ପାଇବେନି ସୁଭଦ୍ରା ସହାୟତା
    ସରକାରୀ ଚାକିରି କରୁଥିବା ମହିଳା ପାଇବେନି ସୁଭଦ୍ରା ସହାୟତା
    ଆୟକର ପ୍ରଦାନ କରୁଥିବା ମହିଳା ମଧ୍ୟ ସହାୟତା ପାଇବେନି
    ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମିଳିବନି
    ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ମିଳିବନି ‘ସୁଭଦ୍ରା’
    କେଉଁମାନେ ସୁଭଦ୍ରା ସହାୟତା ପାଇବେ

    ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା
    ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା
    ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି
    ବର୍ଷକୁ ୧୦ ହଜାର, ୫ ବର୍ଷରେ ୫୦ ହଜାର ପାଇବେ
    ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଦିଆଯିବ ଟଙ୍କା
    ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
    ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ
    ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଡେବିଟ୍‌ କାର୍ଡ
    ସୁଭଦ୍ରା ଯୋଜନାରେ ଅତିରିକ୍ତ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ସରକାର
    ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ମିଳିବ ଅତିରିକ୍ତ ସହାୟତା
    ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ
    ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ଶହ
    ୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି।
    ଏହି ଯୋଜନାକୁ କାର୍ଯ୍ୟକାରୀ ଓ ତଦାରଖ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏକ ‘ସୁଭଦ୍ରା ସୋସାଇଟି’ ଗଠନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ