Friday, February 20, 2026
25 C
Odisha

    ବିଶ୍ୱକର୍ମା କିଏ? ଜାଣନ୍ତୁ ହିନ୍ଦୁ ପଞ୍ଚାଙ୍ଗରେ କ’ଣ ରହିଛି ଏହାର ବିଶେଷତ୍ତ୍ୱ

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପୁରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ କରାଯିବ। ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ। ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ। ଏହି ଦିନ ହିନ୍ଦୁ ଧର୍ମର ଲୋକମାନେ ନିଜର କାଯ୍ୟର୍ସ୍ଥଳରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିଶେଷ ପୂଜା-ଅର୍ଚ୍ଚନା କରିଥାନ୍ତି। ଉଲ୍ଲେଖ ରହିଛି ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ଘରେ ଧନ-ସମ୍ପତ୍ତିର ଅଭାବ ରହିନଥାଏ। ବିଶେଷ କରି ଏହି ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ହୋଇଥାଏ।

    ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜା କନ୍ୟା ସଂକ୍ରାନ୍ତିରେ ପଡିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। ବିଶ୍ୱର ପ୍ରଥମ ଇଞ୍ଜିନିୟର ବିଶ୍ୱକର୍ମାଙ୍କୁ କୁହାଯାଇଥାଏ। ପ୍ରାଚୀନ କାଳରେ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିଥିଲେ।

    ଭଗବାନ ବିଶ୍ୱକର୍ମାଙ୍କୁ ସୃଷ୍ଟିର ଦେବତା କୁହାଯାଇଥାଏ। ବିଶ୍ୱକର୍ମା ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ଲଙ୍କା ଆଦି ସ୍ଥାନ ନିର୍ମାଣ କରିଛନ୍ତି। ଏହିକାରଣରୁ ବିଶ୍ୱକର୍ମା ପୂଜା ଦିନ ବିଭିନ୍ନ ଯନ୍ତ୍ରପାତି ଏବଂ ମେସିନ୍‌ ପୂଜା କରାଯାଇଥାଏ। ପୌରାଣିକ ଶାସ୍ତ୍ର ଅନୁଯାୟୀ ଶ୍ରୀକ୍ଷେତ୍ରରେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ, ପୁଷ୍ପକ ବିମାନର ନିର୍ମାଣ, ସମସ୍ତ ଦେବତାମାନଙ୍କ ପାଇଁ ଗୃହ, କଣ୍‌ଓର୍ଙ୍କ କୁଣ୍ଡଳ, ଭଗବାନ ବିଷ୍‌ଓୁଙ୍କ ସୁଦର୍ଶନ ଚକ୍ର, ଭଗବାନ ଶଙ୍କରଙ୍କ ତ୍ରିଶୁଳ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

    ପୌରାଣିକ କଥା ଅନୁଯାୟୀ ବିଶ୍ୱକର୍ମା ବ୍ରହ୍ମାଣ୍ଡର ସୃଷ୍ଟି କରିଛନ୍ତି। ରୁକ୍‌ ବେଦର ୧୦ମ ଅଧ୍ୟାୟର ୧୨୧ତମ ସୂତ୍ରରେ ଲେଖାଯାଇଛି, ବିଶ୍ୱକର୍ମାଙ୍କ ଦ୍ୱାରା ହିଁ ଧରିତ୍ରୀ, ଆକାଶ ଏବଂ ଜଳର ସୃଷ୍ଟି କରାଯାଇଛି। ପୁରାଣ ଅନୁଯାୟୀ ଆଦି ନାରାୟଣ ପ୍ରଥମେ ବ୍ରହ୍ମା ଏବଂ ବିଶ୍ୱକର୍ମାଙ୍କ ରଚନା କରିଥିଲେ।

    କୁହାଯାଇଥାଏ ସମସ୍ତ ପୌରାଣିକ ସଂରଞ୍ଚନା ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ। ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରୁ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ବୋଲି କୁହାଯାଇଥାଏ। ପୌରାଣିକ ଯୁଗର ଅସ୍ତ୍ର ଏବଂ ଶସ୍ତ୍ର ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ। କେବଳ ଏତିକି ନୁହେଁ ଭଗବାନ ଶଙ୍କର ମଧ୍ୟ ମାତା ପାର୍ବତୀଙ୍କ ପାଇଁ ଏକ ସୁନାର ମହଲ ନିର୍ମାଣ କରିବା ଦାୟିତ୍ୱ ବିଶ୍ୱକର୍ମାଙ୍କୁ ଦେଇଥିଲେ। ପରେ ଏହି ମହଲର ପୂଜା କରିବା ପାଇଁ ଭଗବାନ ଶିବ ରାବଣଙ୍କୁ ଡାକିଥିଲେ କିନ୍ତୁ ରାବଣ ଏହି ସ୍ୱର୍ଣ୍ଣ ମହଲକୁ ଦେଖି ମନମୁଗ୍ଧ ହେବାରୁ ସେ ପୂଜା ପରେ ଦକ୍ଷିଣା ସ୍ୱରୂପରେ ରାଜପ୍ରସାଦ ମାଗିଥିଲେ।

    ଉଲ୍ଲେଖ ଅନୁଯାୟୀ ଭଗବାନ ଶଙ୍କର ରାଜପ୍ରସାଦକୁ ରାବଣକୁ ଦେଇ କୈଳାଶ ପର୍ବତ ଚାଲିଯାଇଥିଲେ। ଏହାବ୍ୟତୀତ ଭଗବାନ ବିଶ୍ୱକର୍ମା ପାଣ୍ଡବଙ୍କ ପାଇଁ ଇନ୍ଦ୍ରପ୍ରସ୍ଥ ନଗରର ନିର୍ମାଣ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ ହସ୍ତିନାପୁର ଏବଂ ଭଗବାନ କୃଷ୍ଣଙ୍କ ଦ୍ୱାରିକା ମଧ୍ୟ ବିଶ୍ୱକର୍ମା ନିର୍ମାଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    24 %
    0.8kmh
    5 %
    Fri
    27 °
    Sat
    35 °
    Sun
    35 °
    Mon
    35 °
    Tue
    35 °

    ସମ୍ବନ୍ଧିତ