Sunday, October 18, 2026
23.2 C
Odisha

    ବାଲିବୋଝେଇ ଟ୍ରାକ୍ଟର ଓଲଟି ୫ ଶ୍ରେଣୀ ଛାତ୍ର ମୃତ: ଶିଶୁ ଶ୍ରମିକ ହୋଇ କରୁଥିଲେ କାମ

    ଆଗକୁ ପଢନ୍ତୁ

    ଦିଗପହଣ୍ଡି    :   ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଗ୍ରାମ ନିକଟ ବାହୁଦା ନଦୀ ପଠାରେ ବାଲି ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଏଡି -୧୫୯୦) ଆଜି ଭୋର ପ୍ରାୟ ସାଢେ ୬ ଟାରେ ଓଲଟି ପଡ଼ିଛି। ଏଥିରେ ଜଣେ ୫ ମ ଶ୍ରେଣୀ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭ୍ରମରପୁର ଗ୍ରାମ ଦଳିତ ସାହିର ପ୍ରଫୁଲ୍ଲ ନାଇକଙ୍କ ପୁଅ ପ୍ରକାଶ ନାଇକ (୧୦)। ଗ୍ରାମର ରବୀନ୍ଦ୍ର ସାହୁଙ୍କ ଟ୍ରାକ୍ଟରରେ ପ୍ରକାଶ କିଛି ଦିନ ହେଲା ଶିଶୁ ଶ୍ରମିକ ଭାବେ କାମ କରୁଥିଲେ। ଆଜି ସକାଳେ ଅନ୍ୟ ଶ୍ରମିକଙ୍କ ସହ ପ୍ରକାଶ ବାଲି ଉତ୍ତୋଳନ ପାଇଁ ନଦୀ ପଠାକୁ ଯାଇଥିଲେ। ସେଠାରେ ବାଲି ଲୋଡ ହେବାପରେ ଟ୍ରାକ୍ଟରଟି ରେମ୍ପ ଦେଇ ହିଡ଼କୁ ଉଠୁଥିବା ବେଳେ ଚାଳକଙ୍କ ଅସାବଧାନତା କାରଣରୁ ଓଲଟି ପଡ଼ିଥିଲା। ଟ୍ରାକ୍ଟରରେ ବସିଥିବା ପ୍ରକାଶ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏକ ହିଟାଚି ମେଶିନ ଡକାଯାଇ ଅତି ତରବରିଆ ଭାବେ ଦୁର୍ଘଟଣାଗସ୍ତ ଟ୍ରାକ୍ଟରକୁ ସେଠାରୁ ଉଠାଇ ପ୍ରକାଶଙ୍କ ମୃତଦେହକୁ ତାଙ୍କ ଘରକୁ ନିଆଯିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ କେ.ନୂଆଗାଁ ଥାନା ପୋଲିସ ଟିମ୍‌ ଭ୍ରମରପୁର ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛନ୍ତି। ଦିଗପହଣ୍ଡି ତହସିଲ ଭ୍ରମରପୁର ରାଜସ୍ବ ସର୍କଲ ଅଧୀନ ସମାସିଙ୍ଗି ମୌଜା ବାହୁଦା ନଦୀରୁ ପ୍ରତିଦିନ ଟ୍ରାକ୍ଟର, ଟିପର ଗାଡ଼ିରେ ବେଆଇନ ଭାବେ ପଡୋଶୀ ଆନ୍ଧ୍ରପ୍ରଦେଶ ସମେତ ଗ୍ରାମାଞ୍ଚଳ ମାନଙ୍କୁ ବାଲି ଚୋରା ଚାଲାଣ ହେଉଛି। ବାଲି ଘାଟ ଲିଜ ଦିଆଯାଇନାହିଁ। ମାଫିଆମାନେ ସଂଘଟିତ ଭାବେ ସ୍ଥାନୀୟ ପୋଲିସ ପ୍ରଶାସନ,ରାଜସ୍ବ ନୀରିକ୍ଷକଙ୍କୁ ପ୍ରଚୁର ବଟି ଦେଇ ଖୁଲମ ଖୁଲା ଦିବାଲୋକରେ ବାଲି ଚୋରାଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
    ଅନ୍ୟପାକ୍ଷ, ପ୍ରକାଶଙ୍କ ପରିବାର ଲୋକେ ଗରିବ ଅସହାୟ ଭାବେ ଦିନ ମଜୁରିଆ କାମ କରନ୍ତି। ତାଙ୍କ ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ