Friday, September 20, 2024
24.1 C
Odisha

    ସରକାରୀ ନିୟମର ଉଲ୍ଲଂଘନ । ଦିନ ଦିପହରରେ କଟଯାଉଛି ତାଳ ଗଛ, ଭୋଗରାଇରେ କୀଟନାଶକ ଔଷଧ ପକାଇ ଗଛ ନଷ୍ଟ କରାଯାଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ଲୋପ ପାଉଛି ତାଳଗଛ  । ଜୀବଜଗତକୁ ସୁରକ୍ଷା ଦେଉଥିବା  ଏହି ତାଳଗଛ ନଷ୍ଟ କରିଦିଆଯାଉଛି । ଦିନ ଦିପହରରେ ସରକାରଙ୍କ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି । ସରକାର ଜଳ ଛାୟା ପ୍ରକଳ୍ପ ଦ୍ୱାରା ଶହ ଶହ ତାଳ ଲଗାଇବାକୁ ବ୍ୟବସ୍ଥା କରିଥିଲେ । ଭୋଗରାଇରେ ବିଭିନ୍ନ ସ୍ଥାନରେ ୧୫ ହଜାର ପାଖାପାଖି ତାଳ ଗଛ ରୋପଣ କରାଯାଇଥିଲା । ହେଲେ କିଛି ଅସାଧୁ ବ୍ୟକ୍ତି କାସିମପୁରରେ ଲାଗିଥିବା ତାଳ ଗଛରେ କୀଟନାଶକ ଔଷଧ ପକାଇ ତାକୁ ନଷ୍ଟ କରିବାକୁ ବସିଲେଣି । ସରପଞ୍ଚ ତାଙ୍କ ଜମିକୁ ଲାଗିଥିବା ଗଛକୁ କୀଟ ନାଶକ ଔଷଧ ପକାଇ ନଷ୍ଟ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସରକାରୀ ଟଙ୍କାରେ ସରକାରୀ ଜାଗାରେ ତାଳ ଗଛ ସବୁ ଲଗାଯାଇଥିଲା ।  କିନ୍ତୁ ନିଜ ଜମି ପାଖରେ ଥିବା ଗଛକୁ ଜମି ମାଲିକ ମାନେ ନଷ୍ଟ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଜୀବନ ସୁରକ୍ଷା କାରୀ ଏହି ତାଳ ଗଛରେ କିରୋସିନୀ ଓ ଔଷଧ ପକାଇ ତାକୁ ନଷ୍ଟ କରାଯାଉଛି । ଗଛ ସବୁ ଲଗାଯାଇ ଛୋଟରୁ ବଡ ହେଲାପରେ ଗଛ ନଷ୍ଟ କରାଯିବା ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ କିଏ ଓ କାହିଁକି ଗଛ ନଷ୍ଟ କରୁଛି ସେ ନେଇ ତଦନ୍ତ କରାଯିବା ସହିତ ନୂଆ ନୂଆ ଗଛ ଲଗାଯିବାକୁ କୁହାଯାଇଛି । ଜୀବ ଜଗତକୁ ସୁରକ୍ଷା ଦେଉଥିବା ତାଳ ଗଛର ସୁରକ୍ଷା ଦିଆଯିବା  ସହ ଗଛ ନଷ୍ଟ କରୁଥିବା ଲୋକଙ୍କ ପ୍ରତି ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ