Thursday, September 10, 2026
24 C
Odisha

    ବିଲୁଆ ଆତଙ୍କ : ଜଣେ ମହିଳାଙ୍କ ମୃତ୍ୟୁ, ୧୦ରୁ ଉର୍ଦ୍ଧ୍ଵ ଆହତ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା; ପାଗଳା ବିଲୁଆମାନଙ୍କ କାମୁଡାରେ ଆତଙ୍କିତ ଦୁଇଗୋଟି ପଞ୍ଚାୟତର ହଜାର ହଜାର ଲୋକେ । ଏହି ଭୟରେ ପିଲାମାନେ ସ୍କୁଲକୁ ଯାଉନାହାନ୍ତି। ସମସ୍ତଙ୍କ ହାତରେ ଠେଙ୍ଗା ବାଡି ଧରି ବାହାରକୁ ଆସୁଛନ୍ତି । ଗାଇ ଗୋରୁବି ସୁରଖିତ ନାହାନ୍ତି । ପାଗଳ ବିଲୁଆମାନେ ଘରେ ପସି ଲୋକଙ୍କୁ କାମୁଡଛନ୍ତି । ବିଲୁଆ କାମୁଡାରେ ଜଣେ ମହିଳାଙ୍କ ନାମରେ ଚିକିତ୍ସିତ ଅବସ୍ଥାରେ କଟକ ବଡ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ଏହିଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଓ ବଟିରା ପଞ୍ଚାୟତର ସମସ୍ତ ଗ୍ରାମରେ ଘଟିଛି । ଗତ ଏକମାସ ହେବ ପାଗଳ ବିଲୁଆ ମାନଙ୍କର ଆତଙ୍କ ରାଜ ଲାଗିରହିଛି। ଦୁଇ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମର ଲୋକମାନେ ବିଲୁଆ କାମୁଡା ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦିନରାତି ଗ୍ରାମବାସୀମାନେ ହାତରେ ବାଡିଧରି ବୁଲୁଛନ୍ତି। ସନ୍ଧ୍ୟାହେଲେ ଲୋକମାନେ ଘର ଭିତରେ ରହିବାକୁ ସୁରକ୍ଷିତ ମନେକରୁଛନ୍ତି । କବାଟ ଖୋଲିଲେ ଘର ଭିତରକୁ ବିଲୁଆ ପଶି କାମୁଡଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ମଙ୍ଗରାଜ ପୁରୁ, ମଧୁସୂଦନ ପୁରୁ ରାମଚନ୍ଦ୍ରପୁରୁ, ବଟିରା, ବରିପଲ୍ଲା, ନଛିପଡା ଓ ଗୁଆଳିଆ ଇତ୍ୟାଦି ବହୁ ଗ୍ରାମରେ ପାଗଳ ବିଲୁଆ କାମୁଡାରେ ୧୦ ରୁ ୧୫ ଜଣ ଆହତ ହୋଇଥିବା ବେଳେ ବରିପଲ୍ଲା ଗ୍ରାମର ମିନତୀ ମହାପାତ୍ର ନାମକ ଜଣେ ମହିଳା ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ