Monday, May 19, 2025
25.9 C
Odisha

ବିଜେଡିରେ ମିଶିପାରନ୍ତି ବିଜୟଙ୍କ ପୁଅ । ଅରବିନ୍ଦ କହିଲେ, ସବୁ ଦଳ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

ଆଗକୁ ପଢନ୍ତୁ

କେନ୍ଦ୍ରାପଡା ରାଜନୀତିକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର ହୋଇଛି । ବିଜେଡିରେ ଆଉ କେଉଁ ହେଭିୱେଟ ନେତା ଯୋଗଦେବେ ତାହାକୁ ନେଇ ଏବେଠୁ ଜିଲ୍ଲା ରାଜନୀତି ସରଗରମ ହେଲାଣି ।ଖାସକରି ଜିଲ୍ଲାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ପୁଅ ଅରବିନ୍ଦ ମହାପାତ୍ର, କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହାକୁ ନେଇ ନାନାଦି ଚର୍ଚ୍ଚା ହେଉଛି । ବିଜୟ ମଧ୍ୟ ଏଯାଏଁ ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ସ୍ପଷ୍ଟ ସଂକେତ ଦେଇନାହାନ୍ତି । କିନ୍ତୁ ଏହା ଭିତରେ ଚର୍ଚ୍ଚା ହେଉଛି, ବିଜୟଙ୍କ ପୁଅ ଅରବିନ୍ଦ ଖୁବଶୀଘ୍ର ବିଜେଡିରେ ଯୋଗ ଦେଇ ପାରନ୍ତି । ତେବେ ନିର୍ବାଚନମଣ୍ଡଳୀରେ ବୁଲି ବୁଲି ନିଜ ସଂଗଠନକୁ ସୁଦୃଢ଼ କରୁଥିବା ବିଜୟ ଏନେଇ ମୁହଁ ଖୋଲି ନଥିବାବେଳେ ଅରବିନ୍ଦ କହିଛନ୍ତି, ସବୁ ଦଳ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ନିଷ୍ପତି ହୋଇଯିବ । ନିର୍ବାଚନ ଆସିଲେ ଏମିତି ଚର୍ଚ୍ଚା ହୁଏ । ଏବେ ନିର୍ବାଚନ ଆସୁଥିବାରୁ ଚର୍ଚ୍ଚା ବଢ଼ିଛି । ତେବେ ବିଜେଡିରେ ଯୋଗ ଦେବା ଚର୍ଚ୍ଚାକୁ ଅରବିନ୍ଦ ଖଣ୍ଡନ କରି ନାହାନ୍ତି । ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଖୁବଶୀଘ୍ର କେନ୍ଦ୍ରାପଡା ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
scattered clouds
25.9 ° C
25.9 °
25.9 °
87 %
2.6kmh
44 %
Sun
26 °
Mon
38 °
Tue
41 °
Wed
39 °
Thu
34 °

ସମ୍ବନ୍ଧିତ