Sunday, October 4, 2026
24.3 C
Odisha

    ଏନଡିଏରୁ ଅଲଗା ହୋଇ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଲଢ଼ିବ କି ଚିରାଗଙ୍କ ଦଳ!

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ | ଏସବୁ ସତ୍ତ୍ୱେ ଝାଡ଼ଖଣ୍ଡ ରାଜନୀତିରେ ଘଡିକେ ଘୋଡା ଛୁଟୁଛି | ନିର୍ବାଚନ ଘୋଷଣା ହୋଇନଥିଲେ ବି ସିଟ୍ ବଣ୍ଟନ ଉପରେ ମଧ୍ୟ ବିବାଦ ଆରମ୍ଭ ହୋଇଛି। ଏହି କ୍ରମରେ ଲୋକ ଜନଶକ୍ତି ପାର୍ଟି ରାମଭିଲାସ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଆଜି ଧାନବାଦରେ ପହଞ୍ଚିଛନ୍ତି। ସେ ଏନଡିଏ ମିଳିତ ମଞ୍ଚ ଦ୍ୱାରା ଆୟୋଜିତ ଜନ ଆକ୍ରୋଶ ସମାବେଶରେ ଭାଗ ନେଇଥିଲେ।

    ଝାଡଖଣ୍ଡ ଗସ୍ତରେ ଆସିଥିବା ଚିରାଗ ପାସୱାନଙ୍କୁ ପୂରା ଦମରେ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଝାଡଖଣ୍ଡରେ ଆମର ସଂଗଠନ ବହୁତ ଶକ୍ତିଶାଳୀ। ଝାଡଖଣ୍ଡର ସମସ୍ତ ଜିଲ୍ଲାରେ ଦଳର କର୍ମୀ ଅଛନ୍ତି । ଲୋକ ଜନଶକ୍ତି ପାର୍ଟି ରାମଭିଲାସ ଏନଡିଏ ମିଳିତ ମଞ୍ଚରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଲୋଚନା ଚାଲିଛି।

    ଯଦି ବିଜେପି ସହ ଆଲୋଚନା ସକରାତ୍ମକ ହୁଏ, ତେବେ ଆମ ଦଳ ଏନଡିଏ ମିଳିତ ମଞ୍ଚ ସହିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଯଦି ଆଲୋଚନା ଫଳାଫଳ ସକରାତ୍ମକ ନହୁଏ ତେବେ ଲୋକ ଜନଶକ୍ତି ପାର୍ଟି ରାମଭିଲାସ ଏକୁଟିଆ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ।

    ମିଳିତ ମଞ୍ଚରେ ସିଟ୍ ବଣ୍ଟନ ପ୍ରଶ୍ନର ଉତ୍ତର ଦେଇ ଚିରାଗ ପାସୱାନ କହିଛନ୍ତି ଯେ ବିଜେପି ଏବଂ ଆମ ଦଳର ବୈଠକ ଏହି ନିଷ୍ପତ୍ତି ନିଆଯିବ। ବୈଠକ ପରେ ସିଟ୍ ବଣ୍ଟନ ସୂତ୍ର ପ୍ରକାଶ ପାଇବ। ନିର୍ବାଚନ ଘୋଷଣା ହେବା ପରେ ପରିସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ