Thursday, April 2, 2026
26 C
Odisha

    ବାଂଲାଦେଶରେ ଦୁର୍ଗାପୂଜା ନମନାଇବାକୁ ହିନ୍ଦୁଙ୍କୁ କଠୋରପନ୍ଥୀଙ୍କ ଧମକ

    ଆଗକୁ ପଢନ୍ତୁ

    ଢାକା: ପୁଣି ଅଶାନ୍ତ ବାଂଲାଦେଶ। ପଡ଼ୋଶୀ ଦେଶ ବାଂଲାଦେଶରେ କଠୋରପନ୍ଥୀଙ୍କ ଖୋଲାଖୋଲି ଧମକ। ଏନେଇ ହିନ୍ଦୁ ସଂଖ୍ୟାଲଘୁଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଅନେକ ଛାତ୍ର ସଂଗଠନ ଦେଶରେ ଇସଲାମିକ ନିୟମକୁ ଆଧାର କରି ଶାସନ କରିବାକୁ ଦାବି ମଧ୍ୟ କରୁଛନ୍ତି। ବର୍ତ୍ତମାନ ଦୁର୍ଗାପୂଜା ପାଳନ ନକରିବାକୁ ହିନ୍ଦୁଙ୍କୁ ଧମକ ଦିଆଯାଉଛି। ଦୁର୍ଗାପୂଜା ବିରୋଧରେ ବିରୋଧ ପ୍ରଦର୍ଶନ କରି ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ବାହାର କରି ଦିଆଯାଉଛି।

    କଠୋରପନ୍ଥୀ ଖୋଲାଖୋଲି ଧମକ ଦେଉଛନ୍ତି ଯେ, ଯଦି ଦୁର୍ଗାପୂଜା ପାଳନ କରିବାକୁ କେହି ପଦକ୍ଷେପ ନିଅନ୍ତି, ତେବେ ତାଙ୍କୁ ଛଡ଼ାଯିବ ନାହିଁ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ବାଂଲାଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଦୁର୍ଗାପୂଜା ପ୍ରସ୍ତୁତିରେ ଯେଉଁ ଲୋକମାନେ ନିୟୋଜିତ ଅଛନ୍ତି ସେହି ଲୋକଙ୍କୁ ଟାର୍ଗେଟ୍ କରି ଖୋଲାଖୋଲି ଧମକ ଦିଆଯାଉଛି । ଏବେ ଧମକପୂର୍ଣ୍ଣ ଚିଠି ମଧ୍ୟ ଭାଇରାଲ ହେବାରେ ଲାଗିଛି।

    ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ବାଂଲାଦେଶର ଖୁଲନା, ଡାକୋପରେ ଅବସ୍ଥିତ ଅନେକ ମନ୍ଦିରକୁ ଅଜ୍ଞାତ ଧମକପୂର୍ଣ୍ଣ ଚିଠି ଆସିଛି। ଦୁର୍ଗାପୂଜା ଆୟୋଜକ କମିଟିର ନେତାମାନଙ୍କୁ ଏହି ଚିଠି ପଠାଯାଇଥିଲା ଏବଂ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା।

    ଚିଠିରେ ଲେଖାଅଛି ଯେ, “ଯଦି ଆପଣ ୨୦୨୪ରେ ଦୁର୍ଗାପୂଜା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ନଚେତ୍ ଆପଣଙ୍କୁ ଦୁର୍ଗାପୂଜା ପାଳନ କରିବାକୁ କୌଣସି ପ୍ରକାରର ଅନୁମତି ଦିଆଯିବ ନାହିଁ। ଦାବି ପୂରଣ ନକଲେ ଆପଣଙ୍କୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ଯଦି ଏହି ଚିଠି କର୍ତ୍ତୃପକ୍ଷ କିମ୍ବା ଗଣମାଧ୍ୟମ ସହିତ ସେୟାର କରାଯାଏ, ତେବେ ଦାୟୀ ବ୍ୟକ୍ତିଙ୍କୁ “ଖଣ୍ଡ ଖଣ୍ଡ କରି ଦିଆଯିବ”।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ