Tuesday, October 13, 2026
30.8 C
Odisha

    ଆଜି ରାତିରେ ବେଙ୍ଗାଲୁର ଫେରୁଛନ୍ତି ପ୍ରଜ୍ବଳ! ଚର୍ଚ୍ଚା ବଢ଼ାଇଲା ତାଙ୍କ ବିମାନ ଟିକେଟ୍‌

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: କର୍ଣ୍ଣାଟକ ସେକ୍ସ ଟେପ୍ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଜେଡିଏସ୍‌ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବାନ୍ନା ଆଜି ରାତିରେ ବେଙ୍ଗାଲୁରୁ ଫେରିପାରନ୍ତି।ଆଜି ରାତି ୧୨.୩୦ରେ ଅବତରଣ କରିବାକୁ ଥିବା ଲୁଫଥାନ୍ସ ଏୟାରଲାଇନ୍ସର ବିମାନର ଏକ ଟିକେଟ୍‌ର ଫଟୋ ଭାଇରାଲ୍‌ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଟିକେଟରେ ପ୍ରଜ୍ବଳ ରେବାନ୍ନା ବିଜିନେସ୍‌ କ୍ଲାସ୍‌ ବା ବ୍ୟବସାୟ ଶ୍ରେଣୀର ଯାତ୍ରୀ ବୋଲି ଉଲ୍ଲେଖ କରାଯାଇଛି।ଜାଣିବାକୁ ମିଳିଛି ଯେ ଏହି ଟିକେଟ୍ ସେହି ଦିନ ବୁକ୍ ହୋଇଥଲା ଯେତେବେଳେ ୩୩ ବର୍ଷୀୟ ସାଂସଦ ଜର୍ମାନୀକୁ ଟିକେଟ ବୁକ୍ କରିଥିଲେ। ତାହା ଥିଲା ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହେବାର ଗୋଟିଏ ଦିନ ପୂର୍ବରୁ। ପୂର୍ବରୁ ରେବାନ୍ନା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ‘‘ମୁଁ ତଦନ୍ତରେ ଯୋଗଦେବା ପାଇଁ ବାଙ୍ଗାଲୋରରେ ନ ଥିବାରୁ ମୁଁ ମୋର ଓକିଲଙ୍କ ଜରିଆରେ ବାଙ୍ଗାଲୋର ସିଆଇଡିଙ୍କ ସହ ଯୋଗାଯୋଗ କରିଛି। ସତ୍ୟ ଶୀଘ୍ର ଜିତିବ।’’

    ପୂର୍ବରୁ ପ୍ରଜ୍ବଳ କେଉଁଆଡ଼େ ଧରାନଦେବା କାରଣରୁ କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ହାଇ ପ୍ରୋଫାଇଲ୍ ମାମଲାର ଯାଞ୍ଚ କରି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏଥିପ୍ରତି ନଜର ରଖିବାକୁ ଚେତାବନୀ ଦେଇଛନ୍ତି। ପ୍ରଜ୍ବଳ ରେବାନ୍ନାଙ୍କୁ ଟ୍ରାକ୍ କରିବା ପାଇଁ ଏକ ଲୁକ୍ଆଉଟ୍ ନୋଟିସ୍ ଏବଂ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି।

    ଉଲ୍ଲେଖଯୋଗ୍ୟ, ସେକ୍ସ ଟେପ୍ ଦୁର୍ନୀତିରେ ଜେଡି (ଏସ୍) ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.8 ° C
    30.8 °
    30.8 °
    50 %
    1.9kmh
    19 %
    Tue
    31 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ