Tuesday, September 29, 2026
30.1 C
Odisha

    ଗୁଣି ଗାରେଡ଼ି ସନ୍ଦେହରେ ଆଦିବାସୀ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ

    ଆଗକୁ ପଢନ୍ତୁ

    ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୁଣି ଗାରେଡ଼ି ସନ୍ଦେହରେ ଅଞ୍ଚଳା ଗ୍ରାମର କିଛି ଲୋକ ଜଣେ ଆଦିବାସୀ ମହିଳାଙ୍କୁ ଅତି ନିର୍ଦ୍ଦୟ ଭାବରେ ଉଲଗ୍ନ କରି ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ନେଇ ମହିଳା ଜଣକ ଆଜି ଡାବୁଗାଁ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।
    ସୂଚନା ଅନୁଯାଇ ଆଜି ସକାଳ ୮ଟାରେ ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମର ପରମା ଗୌଡ଼, ଦୁର୍ଯ୍ୟ ଗୌଡ଼, ଭାସ୍କର ଗୌଡ, କମଳ ଗୌଡ଼, ଦଳ କଲାର, ଧନ ସିଂଗୌଡ଼, ମଙ୍ଗରି ଗୌଡ଼ ଓ ପିପିଲା ଗୌଡ଼ ଆଦି ସେହି ଗ୍ରାମର ଜଣେ ମହିଳାଙ୍କ ଘରକୁ ଆସି ତୁ ଗୁଣି ଗାରେଡ଼ି କରି ଆମ ଛୁଆ ପିଲାଙ୍କୁ ମାରିଛୁ ବୋଲି କହିଥିଲେ। ଏଥି ସହ ଅତି ନିର୍ଦ୍ଦୟ ଭାବରେ ଉଲଗ୍ନ କରି ଡାହାଣୀ ବୋଲି କହି ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

    ଏହି ସମୟରେ ଘର ମଧ୍ୟରୁ ମହିଳାଙ୍କର ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣକାରୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ମାଡ଼ ମାରିଥିଲେ। ଏହି ସମୟରେ ଅଞ୍ଚଳା ଗ୍ରାମର ଲାଲଧର କଲାର ଓ ଧନିରାମ କଲାର ମଧ୍ୟ ମହିଳାଙ୍କୁ ଆକ୍ରମଣ କାରୀମାନଙ୍କ କବଳରୁ ଛଡାଇବା ପରିବର୍ତ୍ତେ ଡାହାଣୀର ଘରଦ୍ୱାର ଭାଙ୍ଗି ଦିଅ ଓ ମାଡ ମାର ବୋଲି ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ