Wednesday, September 16, 2026
26.1 C
Odisha

    ଚନ୍ଦନେଶ୍ୱର ଚଡ଼କ ମେଳାରେ ଅଘଟଣ, ଚାଲିଗଲା ମହିଳା ଭକ୍ତଙ୍କ ଜୀବନ

    ଆଗକୁ ପଢନ୍ତୁ

    ଭୋଗରାଇ: ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ୱର ଚଡ଼କ ମେଳାରେ ବଡ଼ ଅଘଟଣ ଘଟିଛି। ଏଠାରେ ମନ୍ଦିର ପରିକ୍ରମା କରିବା ସମୟରେ ଆଜି ସକାଳ ୭ଟା ବେଳେ ଜଣେ ମହିଳା ଭକ୍ତଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନୀପୁର ଜିଲ୍ଲା ଖଡ଼ଗପୁର ଥାନା ଅନ୍ତର୍ଗତ ଗୁମୁରିଆପାଲ ଗ୍ରାମର ତୁଳସୀ ମିର୍ଦ୍ଧା (୫୮)। ଆଜି ସକାଳେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ବୁଡ଼ ଲଗାଇ ମନ୍ଦିର ବେଢାରେ ଦଣ୍ଡ ପରିକ୍ରମା କରୁଥିବା ବେଳେ ତୁଳସୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଥିବା ତାଙ୍କର ଝିଅ ଓ ଅନ୍ୟ ଭକ୍ତ ଏବଂ ସ୍ବେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ନିକଟରେ ଥିବା ଅସ୍ଥାୟୀ ଶିବିରକୁ ଅଣାଯାଇଥିଲା! ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    83 %
    1.1kmh
    60 %
    Wed
    27 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ