Thursday, September 19, 2024
25.1 C
Odisha

    ଜାଣନ୍ତୁ ‘ୱାର୍ଲଡ ୱାଇଡ଼ ୱେବ’ ଆବିଷ୍କାର ପଛର କାହାଣୀ

    ଆଗକୁ ପଢନ୍ତୁ

    ଛୋଟ ରୁ ବଡ ସମସ୍ତେ କମ୍ପ୍ୟୁଟର ପ୍ରତି ଅଭ୍ୟସ୍ତ । ତେବେ ‘ୱାର୍ଲଡ ୱାଇଡ଼ ୱେବ’ ବିଷୟରେ କାହାକୁ ବା ଅଜଣା ଥିବ । କିନ୍ତୁ ଏହା ସୃଷ୍ଟି ପଛର କାହାଣୀ ଖୁବ କମ ଲୋକ ଜାଣିଥିବେ । ଆଜି ଆମେ ଆପଣଙ୍କୁ ସେ ସେ ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରୁଛୁ । କାହାଣୀ ଟିର ଆରମ୍ଭ ହୋଇଥିଲା ଏହି ପରି । ୧୯୮୯ ମସିହାରେ ‘ୟୁରୋପୀୟନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ ସଂସ୍ଥା’ରେ ୩୫ ବର୍ଷୀୟ ଜଣେ ଯୁବକ ରିସର୍ଚ ସ୍କଲାର ଭାବେ କାମ କରୁଥିଲେ । ଗୋଟେ କମ୍ୟୁଟରରୁ ଅନ୍ୟ କମ୍ୟୁଟରକୁ ତଥ୍ୟ ପଠାଇବା ତାଙ୍କର ପ୍ରଧାନ କାମ ଥିଲା । କିନ୍ତୁ ହଟାତ ଏହି ଯୁବକଟିର ମୁଣ୍ଡରେ ଏକ ନୂଆ ବୁଦ୍ଧି ପଶିଲା । ସେ ଚିନ୍ତାକଲେ ପୃଥିବୀର ସମସ୍ତ ସୂଚନାକୁ କିଭଳି ଭାବେ ଗୋଟିଏ ସ୍ଥାନକୁ ଅଣା ଯାଇପାରିବ । ଯାହା ଦ୍ୱାରା ଘରେ ବସି ବି ଲୋକେ ସମସ୍ତ ସୂଚନା କ୍ଷଣିକରେ ପାଇପାରିବେ । ଏହି କାରଣରୁ ତାଙ୍କରି ଉଦ୍ୟମରେ ପ୍ରଥମେ ୱେବ ପେଜ ବ୍ରାଉଜର ଓ ପରେ ୱାର୍ଲଡ ୱାଇଡ଼ ୱେବର ଜନ୍ମ ହୋଇଥିଲା ।

    ଏହାର ଜନ୍ମଦାତା ରୂପରେ ଯିଏ ବିଶ୍ଵବ୍ୟାପୀ ପରିଚିତ ସେ ହେଉଛନ୍ତି ଟିମ ବନର୍ସ ଲି । ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଭାବେ ବିଶ୍ୱକୁ ଏହା ତାଙ୍କର ଶ୍ରେଷ୍ଠତମ ଦାନ କହିଲେ ଚଳିବ । ପ୍ରକୃତରେ ‘ୱାର୍ଲଡ ୱାଇଡ଼ ୱେବ’ର ଜନ୍ମ ହୋଇଥିଲା ୧୯୮୯ ମସିହାରେ । କିନ୍ତୁ ଏହାର ପ୍ରସ୍ତୁତି ବହୁ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା । ୧୯୮୦ ମସିହାରେ ଜେନେଭା ଠାରେ ଥିବା ଏକ ଅଫିସରେ କାମ କରୁଥିବା ସମୟରେ ହିଁ ଟିମ ପ୍ରଥମ ଥର ପାଇଁ ଗ୍ଲୋବାଲ ସିଷ୍ଟମ ନାମକ ଏକ କନସେପ୍ଟ ପ୍ରଚଳନ କରିଥିଲେ । ଯାହାକୁ ଟିମ ଇଣ୍ଟରନେଟ ଓ ହାଇପରଫେକ୍ଟ ସହ ଯୋଡି ଦେଇଥିଲେ । ଯାହା ସାହାଯ୍ୟରେ ଯେକୌଣସି ସ୍ଥାନରେ ରହି ବି ଲୋକେ କୌଣସି ବିଷୟରେ ସୂଚନା ପାଇଯାଇପାରିବେ । ପରେ ଏହି ବ୍ୟବସ୍ଥା ବିଶ୍ଵବ୍ୟାପୀ ପ୍ରଚଳନ ହେଲା । ଏହାର ପର ବର୍ଷ ଟିମ ପୃଥ୍ଵୀବିର ପ୍ରଥମ ୱେବସାଇଟ ଲଞ୍ଚ କରିଥିଲେ ।

    ଏହା ପରେ ପରେ ‘ୱାର୍ଲଡ ୱାଇଡ଼ ୱେବ ବିଷୟରେ ବିଶ୍ୱ ବାସୀଙ୍କୁ ସୂଚନା ଦିଆଯାଇଥିଲା । ଏହା ସାହାଯ୍ୟରେ କୌଣସି ୟୁଜର ନିଜର ଏକ ୱେବ ସାଇଟ ଖୋଲିପାରିଲେ । ଖାଲି ସେତିକି ନୁହେଁ ଟିମ HTML,URL,HTTP ପରି ଟେକନିକ ମାନ ମଧ୍ୟ ଆବିଷ୍କାର କରିଥିଲେ । ୧୯୯୪ ମସିହାରେ ଆମେରିକା ସ୍ଥିତ ମାସାଚୁସେଟ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ରେ ‘ୱାର୍ଲଡ ୱାଇଡ଼ ୱେବ’ର ସ୍ଥାପନା କରିଥିଲେ । ପରେ ୨୦୦୯ ମସିହାରେ ୱାର୍ଲଡ ୱାଇବ ୱେବ ଫାଉଣ୍ଡେସନ ନାମକ ଏକ ସଂସ୍ଥାର ସ୍ଥାପନ କରିଥିଲେ । ଯାହାକି କେବଳ ମାତ୍ର ଶିକ୍ଷା କ୍ଷେତ୍ରରେ ହିଁ କାମ କରିଥାଏ । ଟେକ୍ନୋଲୋଜି କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ଟିମକୁ ‘କ୍ୱିନ ଏଲିଜେବେଥ’ ଓ ‘ନାଇଟ ହୁଡ଼’ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।

    ଏହି ଯୁବ ବୈଜ୍ଞାନିକଙ୍କର ଜନ୍ମ ୧୯୫୫ ମସିହା ଇଂଲଣ୍ଡରେ ହୋଇଥିଲା । ଟିମ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କୁଇନ୍ସ କଲେଜରୁ ନିଜ ପାଠ ପଢା ଶେଷ କରିଥିଲେ । ଏହି ସମୟରେ ଜଣେ ସାଙ୍ଗ ସହ ହ୍ୟାକିଂ କରୁଥିବା ସମୟରେ ସେ କଲେଜରେ ଧରା ମଧ୍ୟ ପଡ଼ିଥିଲେ । ତେଣୁ ପରେ ତାଙ୍କର କମ୍ପୁଟର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଯାଇଥିଲା । କିନ୍ତୁ ସେ ଏଥିରେ ହାର ନ ମାନି ଗୋଟେ ଟେଲିଭିଜନ, ଗୋଟେ ମୋଟୋରୋଲା ମାଇକ୍ରୋ ପ୍ରୋସେସରର ବ୍ୟବହାର କରି ନିଜେ ହିଁ ଗୋଟେ କମ୍ପ୍ୟୁଟର ତିଆରି କରି ପାରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    88 %
    0.8kmh
    100 %
    Thu
    29 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ