Saturday, September 26, 2026
24.6 C
Odisha

    ଗିରଫ ହେବେ ୟେଦିୟୁରପ୍ପା

    ଆଗକୁ ପଢନ୍ତୁ

    କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ବଢ଼ିଲା ଅଡୁଆ। ବେଙ୍ଗାଲୁରୁର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ପୋକ୍ସୋ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରି ୨ ତାରିଖରେ ୟେଦିୟୁରପ୍ପା ତାଙ୍କ ବାସଭବନରେ ସାକ୍ଷାତ ବେଳେ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ ଅଭିଯୋଗ କରିବାର କିଛି ମାସ ପରେ ଏହି ଘଟଣା ଘଟିଛି। ମହିଳାଙ୍କ ବୟାନକୁ ଭିତ୍ତି କରି ୟେଦିୟୁରପ୍ପାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୫୪ଏ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ୟେଦିୟୁରପ୍ପା ଏବେ ଦିଲ୍ଲୀରେ ଅଛନ୍ତି। ୟେଦିୟୁରପ୍ପା ବିରୋଧରେ ପୋକ୍ସୋ ମାମଲାର ତଦନ୍ତ କରୁଥିବା ସିଆଇଡି ଗିରଫ ପରୱାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିଥିଲା, କୋର୍ଟଙ୍କ ସମ୍ମତି ପରେ ଗିରଫ ପରଓ୍ବାନା ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ