Wednesday, October 14, 2026
26.2 C
Odisha

    କଥା ଶୁଣୁନାହାନ୍ତି ଅଧିକାରୀ, ଇସ୍ତଫା ଦେବାକୁ ମନସ୍ଥ କଲେ ଯୋଗୀଙ୍କ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଏକ ବଡ ଝଟକା ଲାଗିପାରେ | ବାସ୍ତବରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ଅଧିକାରୀଙ୍କ ମନମାନୀ ପ୍ରସଙ୍ଗରେ ବିବାଦ ବୃଦ୍ଧି ପାଇଛି। ରାଜ୍ୟ ମନ୍ତ୍ରୀ ସୋନମ କିନ୍ନର ଇସ୍ତଫା ଦେଇପାରନ୍ତି। ସୋନମ ଶୁକ୍ରବାର ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟିବାକୁ ଆସିଥିଲେ। ତେବେ ରାଜ୍ୟ ମନ୍ତ୍ରୀ ସୋନମ କିନ୍ନର ଆଜି ରାଜ୍ୟପାଳ ଆନନ୍ଦ ପଟେଲଙ୍କୁ ଭେଟିନାହାଁନ୍ତି। ସୂଚନାନୁସାରେ, ସୋନମ ଶନିବାର ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ। ଉତ୍ତରପ୍ରଦେଶ କିନ୍ନର କଲ୍ୟାଣ ବୋର୍ଡର ଉପାଧ୍ୟକ୍ଷ ସୋନମ ଇସ୍ତଫା ଦେବାକୁ ଆସିଥିଲେ। ତେବେ ଇସ୍ତଫା କାହିଁକି ଦେବେ ପ୍ରଶ୍ନରେ ସେ କହିଛନ୍ତି ଯେ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୋ ବିଭାଗରେ ଅଧିକାରୀଙ୍କ ଦୁର୍ନୀତି ଚରମ ସୀମାରେ ପହଂଚିଛି |

    ଅଧିକାରୀମାନେ ସେମାନଙ୍କ ମନଇଚ୍ଛା କାର୍ଯ୍ୟ କରୁଛନ୍ତି, ଅଧିକାରୀମାନେ ଧମକ ଦେଇଛନ୍ତି ଯେ ଯଦି ଆପଣ କିଛି କୁହନ୍ତି ତେବେ ସେମାନେ ଏକ ମାମଲା ଦାୟର କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏବାବଦରେ ଜଣାଇଥିଲି | ଯୋଗୀ କହିବା ପରେ ବି ଅଧିକାରୀମାନେ କିଛି ଶୁଣୁନାହାନ୍ତି | ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି | ସୂଚନା ଥାଉ କି ଯେ ବର୍ତ୍ତମାନ ଉତ୍ତରପ୍ରଦେଶରେ ବିଜେପିରେ ଚାଲିଥିବା ଆଭ୍ୟନ୍ତରୀଣ ମତଭେଦ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟରେ ବହୁ ନେତା ବିବୃତ୍ତି ଦେଉଛନ୍ତି ଏବଂ ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ବିବୃତ୍ତି ଦେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ