Sunday, October 4, 2026
28.6 C
Odisha

    ପଥରରେ ଛେଚି ଯୁବକଙ୍କୁ ବୀଭତ୍ସ ହତ୍ୟା: ମୃତକଙ୍କ ପରିଚୟ ଜଣାପଡ଼ିନି, ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌

    ଆଗକୁ ପଢନ୍ତୁ

    ରାଉରକେଲା: ଇସ୍ପାତସହରରେ ଆଜି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ(୩୦/୩୫)ଙ୍କ ମୁଣ୍ଡକୁ ପଥରେ ଛେଚି ହତ୍ୟା କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। କିଏ ଓ କାହିଁକି ହତ୍ୟାକଲା, ତାହା ବି ରହସ୍ୟ ଘେରରେ। ଅପରପକ୍ଷରେ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଜାରିରଖିଛି।

    ଶନିବାର ପ୍ରାୟ ଗୋଟିଏ। ଗୋପବନ୍ଧୁପାଲିର କିଛି ଲୋକ ପାଖରେ ଥିବା ବୈଷ୍ଣୋଦେବୀ ପାହାଡ଼ ଉପରକୁ କାଠ ଆଣିବାକୁ ଯାଇଥିଲେ। ପାହାଡ଼ ଉପରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକ ତଳେପଡ଼ି ଛଟପଟ ହେଉଥିବା ଦେଖିଥିଲେ। ସେମାନେ ତୁରନ୍ତ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ହସପିଟାଲକୁ ଆଣିବାର ମାତ୍ର କେଇମିନିଟ୍‌ପରେ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଯୁବକଙ୍କ ମୁଣ୍ଡରେ କେବଳ ମାଡ଼ ହୋଇଛି। ଯୁବକ ପଡ଼ିଥିବା ସ୍ଥାନ ଆଖପାଖ ଅଞ୍ଚଳ ରକ୍ତଛିଟାରେ ଭିଜିଯାଇଛି। ଏହାସହ ପାଖରେ ଏକ ରକ୍ତଲଗା ଗୋଜିଆ ପଥର ମଧ୍ୟ ପଡ଼ିଛି। ଏଣୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତଦେହକୁ ଆର୍‌ଜିଏଚ୍‌ ମର୍ଗହାଉସ୍‌ରେ ରଖାଯାଇଛି। ପୁଲିସ ସାଇଣ୍ଟିଫିକ୍‌ ଦଳ, ଡଗ୍‌ ସ୍କ୍ବାଡ୍‌ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ଜୁଟାଇବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ